Friday, September 20, 2024
24.1 C
Odisha

    ଗିରଫ ହେଲେ କୁବେର ଯନ୍ତ୍ରୀ

    ଆଗକୁ ପଢନ୍ତୁ

    କେଉଁଝର: ଗିରଫ ହେଲେ କୁବେର ଯନ୍ତ୍ରୀ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ । ତାଙ୍କ ଘରେ ଚଢ଼ାଉ ବେଳେ ଅମାପ ସଂପତ୍ତି ଠାବ ହୋଇଥିଲା। ଚଢ଼ଉ ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କୁବେର ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କର ୮୫ଟି ପ୍ଲଟ ଅଛି । ଜଳେଶ୍ବରରେ ରହିଛି ୮୦ ପ୍ଲଟ । ପୁରୀ ଜିଲ୍ଲା ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗର ସୁନାକଣିଆରେ ରହିଛି ଗୋଟିଏ ପ୍ଲଟ। ଜଳେଶ୍ବରରେ ରହିଛି ୫ ମହଲା ବିଶିଷ୍ଟ କୋଠା । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬୦ ଲକ୍ଷ ହେବ । ୧୨ହଜାର ୫୦୦ ବର୍ଗଫୁଟ ଜମିରେ ରହିଛି ଏହି କୋଠା । ଗୋବରାଘାଟରେ ମାର୍କେଟ କମ୍ପ୍ଲେକ୍ସ, ୨ ଏକର ବିଶିଷ୍ଟ ବିରାଟ ଫାର୍ମ ହାଉସ ଠାବ ହୋଇଥିଲା । ଏହା ସହ ନଗଦ ୧୧ ଲକ୍ଷ ୭୦ହଜାର ୯୮୦ ଟଙ୍କା, ୭୮ ଲକ୍ଷ ଟଙ୍କାର ଜମା ରାଶି ଓ ୩୩୫ ଗ୍ରାମର ସୁନା ଜବତ ହୋଇଥିଲା । ୩ଟି କାର୍, ୩ଟି ମୋଟର ସାଇକେଲ ଓ ଦୁଇଟି ସ୍କୁଟି ଜବତ ହୋଇଥିଲା। ପୁଅ, ସ୍ତ୍ରୀଙ୍କ ନାଁରେ ବି ରହିଛି କୋଟିକୋଟି ଟଙ୍କାର ସମ୍ପତ୍ତି। ପୁଅ ନାଁରେ ପଶ୍ଚିମବଙ୍ଗ ସୀମାରେ ୬ ଏକର ଏବଂ ସ୍ତ୍ରୀଙ୍କ ନାମରେ ୧୨ ଏକର ଜମି ରହିଛି । ଭଉଣୀଙ୍କ ନାଁରେ ଭୁବନେଶ୍ୱର ପଳାଶୁଣୀ ଠାରେ ରହିଛି ଟୁ ବିଏଚକେ ଆପାର୍ଟମେଣ୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ