ଭୁବନେଶ୍ୱର: ଗିରଫ ହେଲେ ଯାଜପୁର CT&GST ଏନ୍ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ । ସରକାରୀ ଟ୍ୟାକ୍ସ ହେରଫେର ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ସରକାରୀ ଟିକସ ହେରଫେର ଅଭିଯୋଗରେ ତାଙ୍କ ଘରେ ରେଡ୍ କରାଯାଇଥିଲା। ପ୍ରାୟ ୫ ଲକ୍ଷ ୮୫ ହଜାର ଟଙ୍କାର ରାଜସ୍ବ ହେରଫେର କରିଥିବା ଜଣାପଡ଼ିବା ପରେ ଛାନଭିନ କରିଥିଲା ଭିଜିଲାନ୍ସ ଟିମ୍ । ଶନିବାର ବିନୟଙ୍କ ସରକାରୀ କ୍ୱାର୍ଟର୍ସ ସମେତ ୫ଟି ସ୍ଥାନରେ ଚଢ଼ଉ କରାଯାଇଥିଲା । ଭୁବନେଶ୍ୱର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ହୋଇଥିଲା।