Wednesday, March 25, 2026
36.9 C
Odisha

    ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ହଟଗୋଳ, ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଲେ କଂଗ୍ରେସ ଓ ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ହଟଗୋଳ l ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଲେ ବିରୋଧୀ । ଏସସିବି ଘଟଣାକୁ ନେଇ ଉଭୟ କଂଗ୍ରେସ ବିଜେଡି ବିଧାୟକ ଅଭିନବ ପ୍ରତିବାଦ କରିଛନ୍ତି । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଲେଖିାଥିବା ଟି ସାର୍ଟ ପିନ୍ଧି ହୋ-ହାଲ୍ଲା କରିଛନ୍ତି । ଏହାସହ ବିଧାନସଭା ଚାରିପଟେ ଏକାଠି ଚାଲିଥିଲେ ବିରୋଧୀ । ପ୍ରଶ୍ନ କାଳ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ବିରୋଧୀଙ୍କ ନାରା ବାଜି ଦେଇଛନ୍ତି । ଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ।

    ସସିବି ଅଗ୍ନିକାଣ୍ଡ ଘଟଣାରେ ଲାଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହେଉଛି ବିରୋଧ । ଯାହାଫଳରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନି । ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେଡି ମିଳିତ ଭାବେ ବିରୋଧ ଜାରି ରଖିଛନ୍ତି । ଅନ୍ୟପଟେ ଜାଣିଶୁଣି ବିରୋଧୀ ଗୃହକାର୍ଯ୍ୟ ବନ୍ଦ କରୁଥବା ଅଭିଯୋଗ କରିଛି ଶାସକ ଦଳ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    36.9 ° C
    36.9 °
    36.9 °
    19 %
    3.6kmh
    13 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ