Saturday, April 4, 2026
29 C
Odisha

    ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍‌ ଥିଲେ ଆସିବନି ଟଙ୍କା

    ଆଗକୁ ପଢନ୍ତୁ

    ରାଜ୍ୟ ସରକାରଙ୍କର ସୁଭଦ୍ରା ଯୋଜନାରେ ଆସନ୍ତା ଡିସେମ୍ବର ମାସ ପହିଲା ସୁଦ୍ଧା ୧ କୋଟି ମହିଳା ହିତାଧିକାରୀ ଆର୍ଥିକ ସହାୟତା ପାଇଥିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଆସନ୍ତା ରବିବାର ସୁଦ୍ଧା ଆଉ ୨୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ତେବେ ଗୋଟିଏ ମୋବାଇଲ ନମ୍ବରରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବାରୁ ସମସ୍ୟା ଦେଖିବାକୁ ମିଳୁଛି। ଏଥିପାଇଁ ଅନେକ ମହିଳା ଏହି ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି। ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋଟିଏ ମୋବାଇଲ ନମ୍ବରରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଦେବା ଲାଗି ଅପିଲ କରିଛନ୍ତି। ଏଥିସହିତ ବାଦ୍‌ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍‌ କରିବା ନେଇ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାପରେ ପରିଡ଼ା କହିଛନ୍ତି ବର୍ତ୍ତମାନ ସୁଦ୍ଧା ୧ କୋଟି ୧୬ ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ତେବେ ଏହି ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଅଙ୍ଗନବାଡି ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାଙ୍କୁ ଟଙ୍କା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ