ୱାଶିଂଟନ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଗ୍ରୀନ୍ଲାଣ୍ଡକୁ ଆମେରିକାରେ ମିଶାଇବା ନେଇ ତାଙ୍କ ଇଚ୍ଛାକୁ ଦୋହରାଇଛନ୍ତି । ଏ ନେଇ କିଛି ନା କିଛି ସମାଧାନ ମିଳିଯିବ ବୋଲି ସେ କହିଛନ୍ତି । ଟ୍ରମ୍ପ ଗ୍ରୀନଲାଣ୍ଡକୁ ଗୋଲଡେନ୍ ଡୋମ ନାମକ ଏକ ପ୍ରମୁଖ ପ୍ରତିରକ୍ଷା ପ୍ରକଳ୍ପ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିଛନ୍ତି । ଗୋଲଡେନ ଡୋମ ହେଉଛି ଇସ୍ରାଏଲର ଲୁହା ଡୋମ୍ ଦ୍ୱାରା ଅନୁପ୍ରାଣିତ ଏକ ଆମେରିକୀୟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରକଳ୍ପ । ଚୀନ ଓ ରୁଷ ଭଳି ଦେଶଗୁଡିକରୁ ଆମେରିକାକୁ ରକ୍ଷା କରିବା ପାଇଁ ଗୋଲଡେନ ଡୋମ୍ର ଲକ୍ଷ୍ୟ ରହିଛି । ଆମେରିକା, ଡେନମାର୍କ ଓ ଗ୍ରୀନ୍ଲାଣ୍ଡର ଅଧିକାରୀମାନଙ୍କ ମଧ୍ୟରେ ହ୍ୱାଇଟ୍ ହାଉସ୍ରେ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ପରେ ଟ୍ରମ୍ପଙ୍କ ଏହି ବିବୃତ୍ତି ଦେଇଛନ୍ତି । ତେବେ ବୈଠକରେ କୌଣସି ପ୍ରମୁଖ ଚୁକ୍ତି ହୋଇନାହିଁ । ବୈଠକରେ ପରେ ଗ୍ରୀନ୍ଲାଣ୍ଡ ବୈଦେଶିକ ମନ୍ତ୍ରୀ ଭିଭିଆନ ମୋଟୋଜଫେଲ୍ଡ କହିଛନ୍ତି ଯେ, ସେ ଆମେରିକା ସହିତ ସମ୍ପର୍କ ଦୃଢ଼ କରିବାକୁ ଆଶା କରୁଛନ୍ତି । କିନ୍ତୁ ଗ୍ରୀନଲାଣ୍ଡ ଉପରେ ଆମେରିକାର କୌଣସି ନିୟନ୍ତ୍ରଣକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଆମେରିକା ସହିତ ସହଯୋଗ ସୁଦୃଢ କରିବାକୁ ଆମେ ପ୍ରସ୍ତୁତ । କିନ୍ତୁ ଏହାର ଅର୍ଥ ନୁହଁ ଯେ, ଆମେ ଆମେରିକାର ଦାସ ହେବାକୁ ଚାହୁଁ ବୋଲି ସେ କହିଛନ୍ତି । ସେପଟେ ଏହି ମାମଲା ଟ୍ରମ୍ପ କହିଛନ୍ତି ଯେ, ଆମେରିକାକୁ ଗ୍ରୀନଲାଣ୍ଡ ଦେବା ପାଇଁ ନାଟୋ ସାହାଯ୍ୟ କରିବା ଉଚିତ । ତେବେ ଗ୍ରୀନ୍ଲାଣ୍ଡକୁ ନେଇ ଚର୍ଚ୍ଚ କରିବାକୁ ଏକ ୱାର୍କିଂ ଗ୍ରୁପ୍ ଗଠନ କରିବାକୁ ସମମତି ପ୍ରକାଶ ପାଇଛି ।

