Wednesday, August 13, 2025
29.6 C
Odisha

    ଘରେ ନାହିଁ ବିଜୁଳି ସଂଯୋଗ, କିନ୍ତୁ ବିଲ ଆସିଛି ୧୦,୪୭୫ ଟଙ୍କା

    ଆଗକୁ ପଢନ୍ତୁ

    ଘରେ ନାହିଁ ବିଜୁଳି ସଂଯୋଗ, କିନ୍ତୁ ବିଲ ଆସିଛି ୧୦,୪୭୫ ଟଙ୍କା l ହଁ ଆଜ୍ଞା, ଘରେ କେବେ ଆଲୁଅ ଦେଖିନଥିବା ପରିବାରକୁ ଆସିଛି ମୋଟା ଅଙ୍କର ବିଲ l ବସିଛି ବିଦ୍ୟୁତ ଖୁଣ୍ଡ, ଘରେ ଲାଗିଛି ମିଟର । ଏପର୍ଯ୍ୟନ୍ତ ହୋଇନି ବିଦ୍ୟୁତ ସଂଯୋଗ । କିନ୍ତୁ ହିତାଧିକାରୀଙ୍କ ନାଁରେ ଆସୁଛି ମୋଟା ଅଙ୍କର ବିଜୁଳି ବିଲ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଢେପାଗୁଡା ପଞ୍ଚାୟତ ଗୋଠକେଳି ଗାଁରେ । ଏହି ଗାଁର ସୁରେନ୍ଦ୍ର ମଳିକଙ୍କ ନାମରେ ବିଜୁଳି ବିଲ ଆସିଛି ୧୦,୪୭୫ ଟଙ୍କା । ତେବେ ସୁରେନ୍ଦ୍ରଙ୍କର ଏହାରି ଭିତରେ ମୃତ୍ୟୁ ହୋଇଯାଇଥିବା ବେଳେ ଘରେ ବିଧବା ପତ୍ନୀ ଓ ପୁଅ ଅଛନ୍ତି । ଘରେ କେବେ ବିଦ୍ୟୁତ ଆଲୁଅ ଦେଖିନଥିବା ଏହି ପରିବାରକୁ ବିଲ ଦେବା ପରେ ଟଙ୍କା ଆଦାୟ ପାଇଁ ପହଞ୍ଚିଥିଲେ TPSODL ବିଲ ଆଦାୟ କରୁଥିବା କର୍ମଚାରୀ l ସୁରେନ୍ଦ୍ରଙ୍କ ପରିବାର ଟଙ୍କା ଦେଇନଥିଲେ ବି ଏହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ।

    ଇଏ ହେଉଛନ୍ତି ଶଶୀ ମଳିକ, ଘର ଗଜପତି ଜିଲ୍ଲା ମୋହନା ବ୍ଲକ ଢେପାଗୁଡା ପଞ୍ଚାୟତ ର ଗୋଠକେଳି ଗାଁ । ଗୋଟିଏ ଆଖିକୁ ଦେଖାଯାଉନାହିଁ । ସ୍ୱାମୀ ମରିଗଲା ପରେ କାମ କରିବାକୁ ବଳ ବି ନାହିଁ । ଗୋଟିଏ ବୋଲି ପୁଅର ସାହାରାରେ ମାଆ ଶଶୀ । ଶଶୀଙ୍କ ପରିବାରକୁ ଏବେ ଅଜଣା ଚିନ୍ତା ଘାରିଛି ବିଦ୍ୟୁତ ବିଲ । ଘରେ କରେଣ୍ଟ ନାହିଁ ମାତ୍ର ବିଲ ଆସିଲା ୧୦,୪୭୫ ଟଙ୍କା । ବିଦ୍ୟୁତ ବିଲ ଆଦାୟ କରୁଥିବା କର୍ମଚାରୀ ଟଙ୍କା ମାଗୁଥିବା କହିଛନ୍ତି ଶଶୀ ମଳିକ ।

    ଘରେ ବିଦ୍ୟୁତ ଆଲୁଅ କେବେ ଦେଖିନଥିବା ଏହି ପରିବାର ସନ୍ଧ୍ୟା ହେଲେ ଡିବିରୀ ଆଲୁଅ କିମ୍ବା ସୋଲାର ଟର୍ଚ୍ଚରେ ଜୀବନ ବିତାଉଛନ୍ତି । ସରକାରୀ ଅନୁଦାନରେ ୭୫ ହଜାର ଟଙ୍କା ବ୍ୟୟ ରେ ମାତ୍ର ଗୋଟିଏ ବଖରା ଇନ୍ଦିରା ଆବାସ କରି ରହୁଛନ୍ତି ଏହି ପରିବାର । ବହୁତ ବର୍ଷ ତଳେ ବିଦ୍ୟୁତ ଯୋଗାଇ ଦେବା ପାଇଁ ଏହି ପରିବାରର ନା’ ଆସିଥିଲା । କିନ୍ତୁ ଘର ସମ୍ମୁଖରେ ତାର ଗୁଡ଼ାଇ ରଖି ଚାଲିଗଲେ । ଯେଉଁ ମାନେ ବିଦ୍ୟୁତ ଲାଇନ ଦେବା ପାଇଁ ଆସିଥିଲେ । କିନ୍ତୁ ଚାର୍ଜ ହୋଇ ପାରିଲା ନାହିଁ । ଶଶୀଙ୍କ ଘର ସମ୍ମୁଖରେ ବିଦ୍ୟୁତ ଖୁଣ୍ଟି ଅଛି ମାତ୍ର ସଂଯୋଗ କରାନଯାଇ ବିଲ ଦେଇ ଜଣକୁ ଅସୁବିଧାରେ ପକାଇବା ଘଟଣା କୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.6 ° C
    29.6 °
    29.6 °
    71 %
    3.5kmh
    100 %
    Wed
    29 °
    Thu
    28 °
    Fri
    28 °
    Sat
    29 °
    Sun
    29 °

    ସମ୍ବନ୍ଧିତ