Wednesday, April 8, 2026
23.9 C
Odisha

    ଘରୋଇ ଇଂରାଜୀ ସ୍କୁଲରେ ଅଘଟଣ, ସ୍କୁଲ ଛାତରୁ ପଡ଼ି ଦଶମ ଶ୍ରେଣୀ ଛାତ୍ର ମୃତ

    ଆଗକୁ ପଢନ୍ତୁ

    କେନ୍ଦୁଝର : ସ୍କୁଲ ଛାତରୁ ପଡ଼ି ଦଶମ ଶ୍ରେଣୀ ଛାତ୍ର ମୃତ। କେନ୍ଦୁଝର ଚମ୍ପୁଆ ଥାନା ଅଞ୍ଚଳର ଏକ ଘରୋଇ ଇଂରାଜୀ ବିଦ୍ୟାଳୟରେ ପାଠ ପଢୁଥିଲେ ମୃତ ଛାତ୍ର ଜଣକ। ହେଲେ ଆଜି ସକାଳୁ ସକାଳୁ ଖବର ଆସିଛି କି ଛାତ୍ର ଜଣକ ସ୍କୁଲ ଛାତ ଉପରୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ହେଲେ ପିଲାଟିର ପ୍ରକୃତରେ ମୃତ୍ୟୁ କିପରି ହେଲା ତାହା ଏବେଯାଏଁ ସ୍ପଷ୍ଟ ହୋଇନାହିଁ।

    ସେପଟେ ପୁଅର ମୃତ୍ୟୁ ଖବର ଶୁଣି କାନ୍ଦି କାନ୍ଦି ହଷ୍ଟେଲରେ ପହଞ୍ଚିଛନ୍ତି ମୃତ ଛାତ୍ରଙ୍କ ବାପା, ମା’। ଖବର ପାଇ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଚମ୍ପୁଆ ପୋଲିସ। ହେଲେ ଛାତ୍ର ଜଣକ ଛାତରୁ ପଡ଼ିଗଲେ କି ହତ୍ୟା କିମ୍ୱା ଆତ୍ମହତ୍ୟା ତାହା ଏବେ ସ୍ପଷ୍ଟ ହୋଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ