Friday, October 18, 2024
30.6 C
Odisha

    ଘର ଭିତରେ ଯୁବତୀଙ୍କ ଗଳାକାଟି ହତ୍ୟା

    ଆଗକୁ ପଢନ୍ତୁ

    କେନ୍ଦୁଝର: କେନ୍ଦୁଝର ସହରର ମଧ୍ୟସ୍ଥଳରେ ଶୁକ୍ରବାର ଅପରାହ୍ନରେ ଘରେ କେହିନଥିବା ସୁଯୋଗରେ ଜଣେ ଯୁବତୀଙ୍କ ଗଳା କାଟି କେହି ଦୁର୍ବୃତ୍ତ ହତ୍ୟାକରିଛି । ହତ୍ୟା ପରେ ଦୁର୍ବୃତ୍ତ ଘର ବାହାରୁ ତାଲା ଦେଇ ଫେରାର ହୋଇଯାଇଛି । ଖବର ପାଇ ଟାଉନ ଥାନା ପୁଲିସ ସାଇଣ୍ଟିଫିକ ଟିମ୍ ସହିତ ପହଞ୍ôଚ ତନାଘନା ଚଲାଇଛି । ଯୁବତୀଙ୍କ ତଣ୍ଟି କାଟି ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତକ ହେଲେ ରବୀନ୍ଦ୍ର ବେହେରାଙ୍କ ବଡ଼ଝିଅ ମନୋରମା ।
    ସୂଚନା ଯୋଗ୍ୟ, କେନ୍ଦୁଝର ଟାଉନ ଥାନା ପବିତ୍ରଡିହା ବରାଳଲଜ୍ ଗଳିରେ ଏକ ଭଡ଼ା ଘରେ ରବୀନ୍ଦ୍ର ବେହେରା ନିଜ ପରିବାର ସହ ରହୁଛନ୍ତି । ରବୀନ୍ଦ୍ର ବେହେରାଙ୍କ କହିବା ଅନୁସାରେ ସେ ଲାବଣ୍ୟ ଛକ ନିକଟରେ ଛତୁ ବେପାର କରନ୍ତି । ଶୁକ୍ରବାର ସେ ଓ ତାଙ୍କ ସ୍ତ୍ରୀ ଛତୁ ବେପାର କରିବା ପାଇଁ ଯାଇଥିବା ବେଳେ ତାଙ୍କ ସାନ ଝିଅ କଲେଜ ଯାଇଥିଲେ । ବଡ଼ ଝିଅ ମନୋରମା ଘରେ ଏକା ଥିଲେ । ଦିନ ୧୧ଟା ସମୟରେ ମନୋରମା ଚାଉଳ ନେଇ ଘରକୁ ଫେରିବା ପରେ ବାପା ଓ ମା’କୁ ଫେରିବା ନେଇ ଫୋନ ଯୋଗେ ଜଣାଇଥିଲେ । ମାତ୍ର ଦ୍ୱିପ୍ରହର ସମୟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ବାପା ମା’ଘରକୁ ଫେରିବା ପରେ ଘରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ । ଅନେକ ସମୟ ଧରି ଅପେକ୍ଷା କରିବା ପରେ ଝିଅ ନ ଫେରିବାରୁ ଘର ତାଲା ଭାଙ୍ଗି ଦେଖିଲା ବେଳକୁ ଝିଅ ମନୋରମା ତଣ୍ଟି କଟାଯାଇଥିବା ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ମୁହଁ ମାଡି ତଳେ ପଡିଛି । ଘଟଣା ସମ୍ପର୍କରେ କିଛି ବୁଝିନପାରି ପୁଲିସକୁ ଖବର ଦିଆଯାଇଥିଲା । ଖବରପାଇ ଘଟଣାସ୍ଥଳରେ ସଦର ଏସ୍‌ଡିପିଓଙ୍କ ନେତୃତ୍ୱରେ ଟାଉନ ଥାନା ଅଧିକାରୀ ଓ ପୁଲିସ ଟିମ୍ ପହଞ୍ôଚ ତଦନ୍ତ ଚଳାଇଥିବା ବେଳେ ପୁଲିସ ଘଟଣାକୁ ଗୁରୁତ୍ୱର ସହିତ ନେଇଛି । ତଦନ୍ତ ଚାଲିଛି, ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ସଦର ଏସ୍‌ଡିପିଓ ମହେନ୍ଦ୍ର ମୁର୍ମୁ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ