Wednesday, April 1, 2026
38.7 C
Odisha

    ଘାନାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାଙ୍କର ପଞ୍ଚରାଷ୍ଟ୍ରୀୟ ଗସ୍ତ ଆରମ୍ଭ କରିଥିବାବେଳେ ଘାନାରେ ପହଞ୍ଚିଛନ୍ତି। ଘାନା ରାଷ୍ଟ୍ରପତି ଜନ ଦ୍ରାମାନି ମାହାମାଙ୍କ ବିମାନବନ୍ଦରରେ ମୋଦୀଙ୍କୁ ସ୍ବାଗତ କରିଥିବାବେଳେ ତାଙ୍କୁ ୨୧ ତୋପ ସଲାମି ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାରେ ମିଳିଛି ସର୍ବୋଚ୍ଚ ବେସାମରିକ ସମ୍ମାନ। ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍‌ ଅଫ୍ ଘାନାରେ ସମ୍ମାନୀତ କରିଛନ୍ତି ଘାନା ରାଷ୍ଟ୍ରପତି ଜନ୍ ଦ୍ରାମାନି ମହାମା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୪ଟି ଚୁକ୍ତିି ସ୍ଵାକ୍ଷରିତ ହୋଇଛି। ତେବେ ଘାନା ପରେ ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଓ ଟବାଗୋ ଯାତ୍ରା କରିବେ। ଏହି ରାଷ୍ଟ୍ରରେ ଅଧିକାଂଶ ଭାରତୀୟ ବଂଶୋଦ୍ଭବ ବାସ କରୁଥିବାବେଳେ ଦୁଇ ଦେଶ ମଧ୍ୟରେ ସୁଦୃଢ ଐତିହାସିକ ଓ ସାସ୍କୃତିକ ସମ୍ପର୍କ ରହିଛି। ଜୁଲାଇ ୪ରେ ମୋଦୀ ଆର୍ଜେଣ୍ଟିନା ଅଭିମୁଖେ ଯାତ୍ରା କରିବେ। ୫୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଆର୍ଜେଣ୍ଟିନା ଗସ୍ତ। ଏହି ଗସ୍ତକାଳରେ ଦୁଇ ଦେଶ ମଧ୍ୟରେ ଏକାଧିକ ବାଣିଜ୍ୟିକ ରାଜିନାମା ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ ୬ରେ ମୋଦୀ ବ୍ରାଜିଲରେ ପହଞ୍ଚିବେ। ସେଠାରେ ଆୟୋଜିତ ହେବାକୁ ଥିବା ବ୍ରିକ୍‌ସ ସମ୍ମିଳନୀକୁ ସେ ସମ୍ବୋଧିତ କରିବେ। ଏହାପରେ ସେ ଆଫ୍ରିକୀୟ ରାଷ୍ଟ୍ର ନାମ୍ବିଆ ଗସ୍ତ କରି ୧୦ରେ ସ୍ବଦେଶ ଫେରିବେ ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ