Sunday, April 5, 2026
27.8 C
Odisha

    ଘୋଷଣା ହେଲା ‘‘ଖୋସଲା କା ଘୋସଲା ୨’’ର ରିଲିଜ ଡେଟ୍

    ଆଗକୁ ପଢନ୍ତୁ

    ୨୦୦୬ ମସିହାରେ ରିଲିଜ ହୋଇଥିବା ‘‘ଖୋସଲା କା ଘୋସଲା’’ ହିଟ୍ ଫିଲ୍ମ ଥିଲା । ଦୀର୍ଘ ୨୦ ବର୍ଷ ପରେ ‘‘ଖୋସଲା କା ଘୋସଲା ୨’’ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି । ନିର୍ମାତା ଆଗାମୀ ଫିଲ୍ମର ରିଲିଜ ଡେଟ୍ ଘୋଷଣା କରିଛନ୍ତି ।ଗତକାଲି ଫିଲ୍ମ ଟ୍ରେଡ୍ ଏନାଲିଷ୍ଟ ତରଣ ଆଦର୍ଶ Xରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଫିଲ୍ମର ରିଲିଜ୍ ଡେଟ୍ ଲେଖାଯାଇଛି । ଏହି ଫିଲ୍ମଟି ଅଗଷ୍ଟ ୨୮ ତାରିଖରେ ରିଲିଜ ହେବାକୁ ଯାଉଛି । ସେହି ସେୟାର ହୋଇଥିବା ପୋଷ୍ଟର କ୍ୟାପସନରେ “କଲ୍ଟ କ୍ଲାସିକ୍ ରିଟର୍ଣ୍ଣସ୍ – ଖୋସଲା କା ଘୋସଲା ୨ ଅଗଷ୍ଟ ୨୮ ରେ ରିଲିଜ୍ ହେବାକୁ ଯାଉଛି ବୋଲି ଲେଖାଯାଇଛି ।’’

    ଆହୁରି ମଧ୍ୟ ସେଥିରେ ଲେଖାଯାଇଛି ଯେ, ଖୁବ୍ ପ୍ରିୟ କଲ୍ଟ କ୍ଲାସିକ୍ ଖୋସଲା କା ଘୋସଲା ଏହାର ସିକ୍ୱେଲ୍ ଖୋସଲା କା ଘୋସଲା୨ ସହିତ ପୁଣି ଆନୁଷ୍ଠାନିକ ଭାବରେ ଫେରୁଛି । ଯାହା ରାକ୍ଷୀ ପୂର୍ଣ୍ଣିମା ଅବସରରେ ୨୮ ଅଗଷ୍ଟରେ ରିଲିଜ ହେବ । ଏଥିସହିତ ଚଳିତ ବର୍ଷ ଜାନୁଆରୀରେ ଅନୁପମ ଖେର ମଧ୍ୟ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିଥିଲେ । ଫିଲ୍ମ ସେଟର ଝଲକ ମଧ୍ୟ ଇନଷ୍ଟାଗ୍ରାମରେ ଦେଖାଇଥିଲେ । ପୁରା ଟିମକୁ ମଧ୍ୟ ତାଙ୍କର କୃତଜ୍ଞତା ପ୍ରକାଶ କରିଥିଲେ । ଯେଉଁଥିରେ ଅଭିନେତା ତାଙ୍କ ପ୍ରିୟ ଚରିତ୍ର ଖୋସଲାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନାରେ ପ୍ରଶାନ୍ତ ଭାଗିଆ ଏବଂ ଭୂଷଣ କୁମାର, କ୍ରିଷନ କୁମାର, ସବିତା ରାଜ ହିରେମଥ ଏବଂ ରାଜ ହିରେମଥଙ୍କ ଦ୍ୱାରା ଏହା ପ୍ରଯୋଜିତ ।”

    ଆପଣଙ୍କୁ ଜଣାଇ ରଖୁଛୁ ଯେ, ‘‘ଖୋସଲା କା ଘୋସଲା’’ ୨୦୦୬ ମସିହାରେ ରିଲିଜ ହୋଇଥିଲା । ଯାହା ଦିବାକର ବାନାର୍ଜୀଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିଲା । ଯାହା ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇପାରିଥିଲା । ଯେଉଁଥିରେ ଅନୁପମ ଖେର, ବିନୟ ପାଠକ, ବୋମନ ଇରାନୀ, ରଣବୀର ଶୋରେ, ପରବୀନ ଦାବାସ ଏବଂ ତାରା ଶର୍ମା ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.8 ° C
    27.8 °
    27.8 °
    45 %
    2kmh
    99 %
    Sat
    27 °
    Sun
    36 °
    Mon
    38 °
    Tue
    37 °
    Wed
    38 °

    ସମ୍ବନ୍ଧିତ