Monday, March 30, 2026
25.1 C
Odisha

    ଚନ୍ଦାପଣ ଏବଂ ରୂପି ସମସ୍ୟା ଦୂର କରିବ ଏହି ପାଣି

    ଆଗକୁ ପଢନ୍ତୁ

    କେଶ ଝଡ଼ିବା ବା ଚନ୍ଦାପଣ ଅନେକ ଲୋକଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଆଜିକାଲି କେଶ ଝଡ଼ିବା ଏବଂ ରୂପି ସମସ୍ୟା ଅନେକଙ୍କ ସହ ଘଟୁଛି। ବିଶେଷ କରି ଖରାଦିନରେ ରୁପି ସମସ୍ୟା ମଧ୍ୟ ବଢ଼ିଯାଇଥାଏ। ଏହି କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ପ୍ରକାରର ସାମ୍ପୁ ବ୍ୟବହାର କରନ୍ତି। ଏଥିରେ ଥିବା କେମିକାଲ କେଶର କ୍ଷତି କରିଥାଏ। ଯଦି ଆପଣ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିନ୍ତ ଅଛିନ୍ତି, ତେବେ ଆମେ ଆପଣଙ୍କୁ ଏକ ସ୍ୱତନ୍ତ୍ର ଘରୋଇ ଉପଚାର କହିବାକୁ ଯାଉଛୁ । ଯାହା ଚନ୍ଦାପଣ ଏବଂ ରୂପି ସମସ୍ୟା ଦୂର କରିବାରେ ସାହାର୍ଯ୍ୟ କରିବ।

    କେଶ ସମସ୍ୟା ଦୂର କରିଥାଏ ଚାଉଳ ପାଣି । ଚାଉଳ ପାଣି ଆମ ଶରୀର ପାଇଁ ବେଶ୍ ଲାଭଦାୟକ। ଏଥିପାଇଁ ଅନେକ ଲୋକ ଧଳା ଚାଉଳ ପାଣି ସେବନ କରିଥାନ୍ତି। କିନ୍ତୁ ଧଳା ଚାଉଳ ଅପେକ୍ଷା ନାଲି ଚାଉଳରେ ଅଧିକ ପୋଷଣ ଥାଏ। ଏଥିରେ ପ୍ରୋଟିନ୍, ଫାଇବର୍, ଜିଙ୍କ୍, କ୍ୟାଲସିୟମ, ଆଇରନ୍, ପୋଟାସିୟମ୍ ଆଦି ପୋଷଣ ଭରପୂର ମାତ୍ରାରେ ରହିଥାଏ ।

    ଚାଉଳର ପାଣି ବା ଚାଉଳ ମଣ୍ଡର ବହୁ ଉପାଦେୟ ଗୁଣ ରହିଛି। ଚାଉଳର ପାଣି ବା ଚାଉଳ ମଣ୍ଡରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ସ ରହିଛି। ଚାଉଳ ପାଣିକୁ ସେବନ କରିବା ଦ୍ୱାରା ଏହା କେଶକୁ ପୋଷଣ ଯୋଗାଇଥାଏ। ଯାହା କେଶକୁ ମଜବୁତ କରିବା ସହ କେଶ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ଏହାକୁ ପିଇବା ବ୍ୟତୀତ ଆପଣ ଏହାକୁ କେଶରେ ମଧ୍ୟ ଲଗାଇପାରିବେ ।

    ଏହି ପାଣିରେ ମୁଣ୍ଡ ସଫା କଲେ ଚୁଟି ବହୁତ ଚିକ୍କଣ ହୋଇଥାଏ। ଏହା କଣ୍ଡିସନର ଭଳି କାମ କରିଥାଏ। ସାମ୍ପୁ କରିବା ପରେ ଏହି ପାଣିରେ ଚୁଟି ଧୋଇବେ। ଚୁଟିର ମୂଳରେ ମସାଜ କରିବେ ଏବଂ ପରେ ସଫା ପାଣିରେ ଧୋଇବେ। ଏହି ପ୍ରକ୍ରିୟା ସପ୍ତାହକୁ ଥରେ କିମ୍ବା ଦୁଇଥର କରିବା ଫଳରେ ଚୁଟି ସୁନ୍ଦର ଏବଂ ମୁଲାୟମ ହୋଇଥାଏ।

    କେବଳ ଚୁଟି ନୁହେଁ ଆମ ତ୍ୱଚା ଓ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ଚାଉଲ ପାଣି। ଏହି ପାଣିର ବ୍ୟବହାରରେ ତ୍ୱଚାରେ ଚମକ ଆସିଥାଏ। ଏହା ଏକ ପ୍ରକାର ଏଣ୍ଟି ଏଜିଙ୍ଗ ଭଳି କାମ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ