Wednesday, April 2, 2025
39.5 C
Odisha

    ଚଳନ୍ତା ଗାଡିରୁ ଖସିଲା ନାଗ, ରବି ଟକିଜ୍ ଛକରେ ହଇଚଇ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରବି ଟକିଜ୍ ଛକରେ ଚାଞ୍ଚଲ୍ୟ । ଚଳନ୍ତା ଗାଡିରୁ ଖସିଲା ନାଗ । ରବି ଟକିଜ୍ ଛକରେ ପ୍ରବଳ ଟ୍ରାଫିକ ଭିଡ ଥିବାବେଳେ କେଦାରଗୌରୀ ପଟୁ କଳ୍ପନା ଆଡ଼କୁ ଯାଉଥିବା ଏକ ଗାଡିରୁ ନାଗ ସାପ ଖସି ରାସ୍ତାରେ ପଡ଼ିଥିଲା । ସାପଟି ରାସ୍ତା ପାର ହୋଇ ନିକଟସ୍ଥ ଏକ ଦୋକାନ ଆଡ଼କୁ ମୁହାଁଇ ଫୁଟପାଥ ଆଡ଼କୁ ଆସିଯାଇଥିଲା । ପରେ ସାନିଟାରୀ ଦୋକାନର ଜଣେ କର୍ମଚାରୀ ସାହାସ କରି ଏକ ଖାଲି ପେଟି ଆଣି କୌଶଳ କରି ସାପଟିକୁ ତା’ ଭିତରେ ଭର୍ତ୍ତି କରି ଦେଇଥିଲେ । ଟ୍ରାଫିକ ପୋଲିସଙ୍କ ଠାରୁ ଖବର ପାଇ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସେହି ସାପଟିକୁ ବ୍ୟାଗରେ ଭର୍ତ୍ତି କରି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ । ସେଇ ନାଗ ସାପଟିର ଲମ୍ବ ୩ ଫୁଟ ଥିଲା ବୋଲି ଜଣାପଡିଛି । ତେବେ ସାପଟି କେଉଁଠୁ ଆସିଥିଲା, କାର ଚାଳକଙ୍କ ଜାଣତରେ ବା ଅଜାଣତରେ ଘଟଣା ଘଟିଗଲା ତାହା ଜଣା ପଡିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.5 ° C
    39.5 °
    39.5 °
    16 %
    3kmh
    0 %
    Wed
    39 °
    Thu
    39 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ