Monday, October 19, 2026
21.9 C
Odisha

    ଲେବାନନ ଉପରେ ଇସ୍ରାଏଲର ବୋମା ବର୍ଷା

    ଆଗକୁ ପଢନ୍ତୁ

    ବେରୁତ: ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ପ୍ରଥମେ ୧୭ ସେପ୍ଟେମ୍ବରରେ ପେଜର ବିସ୍ଫୋରଣ ହେବାର ଦିନକ ପରେ ୱାକି-ଟକିଜ୍, ସୋଲାର ପ୍ୟାନେଲ, ଫିଙ୍ଗରପ୍ରିଣ୍ଟ ଡିଭାଇସ୍ ଏବଂ ରେଡିଓରେ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଅନେକ ଲୋକ ମୃତାହତ ହୋଇଥିଲେ । ତେବେ ଏସବୁ ଘାତକ ଆକ୍ରମଣ ପରେ ଆଜି ଲେବାନନ ଉପରେ ଇସ୍ରାଏଲର ବୋମା ବର୍ଷଣ ଆରମ୍ଭ ହୋଇଛି ।

    ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ହିଜବୁଲ୍ଲା ମୁଖ୍ୟ ନସରଲ୍ଲା ଗୁରୁବାର ପେଜର ଏବଂ ୱାକି-ଟକି ବିସ୍ଫୋରଣ ବିଷୟରେ ଭାଷଣ ଦେଉଥିଲେ। ସେ ଏହାର ପ୍ରତିଶୋଧ ନେବା କଥା କହୁଥିଲେ । କିନ୍ତୁ ତାଙ୍କ ଭାଷଣ ଶେଷ ହେବା ମାତ୍ରେ ଇସ୍ରାଏଲ ପୁଣି ଥରେ ଲେବାନନ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି। ଇସ୍ରାଏଲ ର ଏୟାର ଷ୍ଟ୍ରାଇକ୍ ଦକ୍ଷିଣ ଲେବାନନର ଅନେକ ଜନବସତି ଟାର୍ଗେଟ କରିଥିଲା ।

    ଏହି ଆକ୍ରମଣ ଉପରେ ଇସ୍ରାଏଲ ସେନା କହିଛି, ଏବେ ଆମେ ଲେବନାନରେ ହିଜବୁଲ୍ଲାର ଟାର୍ଗେଟ ଉପରେ ଆକ୍ରମଣ କରି ଏହାର ଆତଙ୍କବାଦୀ ସାମର୍ଥ୍ୟ ଓ ଭିତ୍ତିଭୂମି ନଷ୍ଟ କରୁଛୁ। ଦଶନ୍ଧି ଦଶନ୍ଧି ଧରି ହିଜବୁଲ୍ଲା ନାଗରିକ ଗୃହଗୁଡ଼ିକୁ ଅସ୍ତ୍ରଶସ୍ତ୍ର କରି ଆସୁଛି। ସେଠାରେ ମାଟି ତଳେ ତଳେ ସୁଡ଼ଙ୍ଗ ଖୋଳାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରାଯାଇଛି। ଯେଉଁଥିପାଇଁ ଦକ୍ଷିଣ ଲେବାନନ ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଛି । ଆଇଡିଏଫ ଉତ୍ତର ଇସ୍ରାଏଲକୁ ସୁରକ୍ଷିତ କରିବା ପାଇଁ କାମ କରୁଛି ଯାହା ଦ୍ୱାରା ଏହାର ବାସିନ୍ଦାମାନେ ସେମାନଙ୍କ ଘରକୁ ଫେରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ