Wednesday, April 8, 2026
24.2 C
Odisha

    ଚଳିତ ବର୍ଷ ମୌସୁମୀରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ଆଇଏମଡ଼ି ଆକଳନ। ୨୦୨୪ ପାଇଁ ଦୀର୍ଘମିଆଦି ଆକଳନ ଜାରି। ଦେଶରେ ସ୍ବାଭାବିକ ବର୍ଷା, ଓଡ଼ିଶାରେ ନିଅଁଣ୍ଟିଆ ବର୍ଷା ନେଇ ଆକଳନ କରିଛି ଆଇଏମଡ଼ି। ଚଳତି ବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି। ୨୦୨୪ ମନସୁନ୍ ସିଜିନରେ ୧୦୬ ପ୍ରତିଶତ ବର୍ଷିବ। ପୁରା ଦେଶରେ ୮୭ ସେଣ୍ଟିମିଟରରୁ ଅଧିକ ବର୍ଷା ଆକଳନ କରାଯାଇଛି। ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପୂର୍ବାନୁମାନ ଜାରି ହୋଇଛି। ଦେଶରେ ସ୍ବାଭାବିକ ଠାରୁ ଅଧିକ, ଓଡ଼ିଶାରେ କମ୍ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସମେତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବି ନିଅଁଣ୍ଟିଆ ବର୍ଷା ହେବ । ଖୁବ୍ ଶୀଘ୍ର ସରିବ ଏଲିନୋ କଣ୍ଡିସନ୍ ।
    ମନସୁନ୍ ସିଜିନ ଆରମ୍ଭରୁ ନିଷ୍କ୍ରିୟ ହେବ ଏଲିନୋ। ଅଗଷ୍ଟ ବେଳକୁ ଆରମ୍ଭ ହେବ ଲାନିନା କଣ୍ଡିସନ୍ । ଲାନିନା କଣ୍ଡିସନ ରହିଲେ ଭଲ ବର୍ଷା ହେବ ।

    ଏଲିନୋ ଦୁର୍ବଳ ଲାନିନା ସକ୍ରିୟ ହେବାର ରେକର୍ଡ ଜାରି କରିଛି IMD । ୧୯୫୪ ରୁ ୨୦୨୩ ମଧ୍ୟରେ ୯ ବର୍ଷ ଏଭଳି ସମୟ ଆସିଛି । ୨ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।
    ୫ ବର୍ଷ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଛି। ୨ ବର୍ଷ ସ୍ବାଭାବିକ ବର୍ଷା ହୋଇଛି। ମୌସୁମୀ ସଜିନରେ ୨୨ ବର୍ଷ ଲାନିନା ସକ୍ରିୟ ରହିଛି । ସମସ୍ତ ୨୨ ବର୍ଷରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ମେ’ ମାସରେ ଆକଳନ ହେବ ଚଳିତ ବର୍ଷ କେବେ କେରଳ ଛୁଇଁବ ମୌସୁମୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ