ଦ୍ବନ୍ଦ୍ବରେ ଚଳିତ ବର୍ଷର ମୌସୁମୀ । ୨୦୧୫-୧୬ ପରେ ବର୍ତ୍ତମାନ ପୂର୍ବପ୍ରଶାନ୍ତ ମହାସାଗରରେ ସମୂଦ୍ର ପୃଷ୍ଠର ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ସେଲସିୟସ ଅଧିକ ରହିବ । ଯାହାକି ସୁପର ଏଲ ନିନୋକୁ ଦର୍ଶାଉଛି । ଯାହାର ପ୍ରଭାବରେ ଆଗାମୀ ମୌସୁମି ସ୍ବାଭାବିକ ତଥା ସେଥିରୁ କମ ରହିବା ନେଇ କିଛି ପାଣିପାଗ ବିଜ୍ଞାନୀମାନେ ଅନୁମାନ କରୁଛନ୍ତି । ଏହି ସୁପର ଏଲ ନିନୋ ପ୍ରାୟ ମୌସୁମୀର ଦ୍ବିତୀୟାର୍ଦ୍ଧରେ ଦେଖାଦେବ । ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସ ଆଡ଼କୁ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖାଦେଇପାରେ । କିନ୍ତୁ ଭାରତ ମହାସାଗରର ପଜେଟିଭ୍ IOD ପ୍ରଭାବ ପଡ଼ିବା ଫଳରେ ସୁପର ଏଲିନୋର ପ୍ରଭାବରୁ ଟିକେ ଆଶ୍ବସ୍ତି ମିଳିପାରିବା ନେଇ କିଛି ପରିମାଣରେ ଆକଳନ କରାଯାଉଛି ।
ଏହି ସୁପର ଏଲ ନିନୋକୁ ନେଇ ମଧ୍ୟ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ । ଏପଟେ ରାଜ୍ୟରେ କଲବଲ କରୁଛି ତାତି । ଖରା ବଢିବା ସାଙ୍ଗକୁ ଉପକୂଳରେ ପ୍ରବଳ ଗୁଳୁଗୁଳି ନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା କାଲିଠୁ ୧୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଗରମ ଓ ଗୁଳୁଗୁଳି। ବଲାଙ୍ଗିର, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୦ ଡିଗ୍ରୀ ଛୁଇଁପାରେ ପାରଦ ।
