Friday, April 3, 2026
36.1 C
Odisha

    ଚାକିରି କରିଥିବା ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ଓଟିଇଟି-୨୦୨୫ ପାଇଁ ଅନଲାଇନ୍ ପଞ୍ଜୀକରଣ ତାରିଖ ମେ’୨୭ ପର୍ଯ୍ୟନ୍ତ ବଢ଼ିଲା

    ଆଗକୁ ପଢନ୍ତୁ

    କଟକ :  ଚାକିରି  କରିଥିବା ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଓଟିଇଟି, ୨୦୨୫ପାଇଁ ଅନଲାଇନ୍ ପଞ୍ଜୀକରଣକୁ ୨୭ ମେ’ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି। ସ୍ୱତନ୍ତ୍ର  ଓଡିଶା ଶିକ୍ଷକ  ଯୋଗ୍ୟତା ପରୀକ୍ଷା ଓଟିଇଟି, ୨୦୨୫ପାଇଁ ଅନଲାଇନ୍ ପଞ୍ଜୀକରଣ ଶେଷ ତାରିଖ ଏବଂ ସମୟ ଗୁରୁବାର  ପୂର୍ବାରହ୍ନ ୧୧. ୪୫ ଥିଲା। ଏବେ ଏହାର ଶେଷ ତାରିଖକୁ ମେ ‘୨୭ ପଯ୍ୟନ୍ତ ବୃଦ୍ଧି କରାଯାଇଛି।ଚଳିତ ମାସର ଆରମ୍ଭରେ ମେ’୭ ତାରିଖରେ ବିଏସଇ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଯୋଗ୍ୟ ଶିକ୍ଷକଙ୍କଠାରୁ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି ନୋଟିସରେ ବିଏସଇ ଉଲ୍ଲେଖ କରିଥିଲା ​​ଯେ, ଯୋଗ୍ୟ ଶିକ୍ଷକମାନେ ୯‌ ମ‌େ’ ୨୦୨୫ ପୂର୍ବାହ୍ନ ୮ ଟାରୁ ସେମାନଙ୍କର ଅନଲାଇନ୍ ପଞ୍ଜୀକରଣ ପଠାଇପାରିବେ।  ପେପର-୧ ଏବଂ ପେପର -୨ ପାଇଁ ସମ୍ପୃକ୍ତ ଲିଙ୍କ୍ ପୃଥକ ଭାବରେ ଅନଲାଇନ୍‌ରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ