Wednesday, October 7, 2026
22.5 C
Odisha

    ଚାମ୍ପିୟନ୍ସ ଟ୍ରଫି : ଶନିବାର ହେବ ଭାରତୀୟ ଦଳ ଘୋଷଣା

    ଆଗକୁ ପଢନ୍ତୁ

    ମୁମ୍ବାଇ: ପାଖେଇ ଆସୁଛି ଚାମ୍ପିୟନ୍ସ ଟ୍ରଫି । ଫେବ୍ରୁଆରି ୧୯ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। କିନ୍ତୁ ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇନାହିଁ। ତେବେ ଟିମ୍ ଇଣ୍ଡିଆ ଘୋଷଣା ପାଇଁ ଶନିବାର ଚୟନ କମିଟି ବୈଠକ ବସିବ ଓ ତାପରେ ଭାରତୀୟ ଦଳ ଘୋଷଣା କରାଯିବ।ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ବିପକ୍ଷରେ ଏକ ସିରିଜ୍ ଖେଳିବାକୁ ପଡ଼ିବ, ଯେଉଁଥିରେ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ଜାନୁଆରୀ ୨୨ରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହେବ, ଯେଉଁଥିପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇସାରିଛି, କିନ୍ତୁ ଦିନିକିଆ ଶୃଙ୍ଖଳା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଓ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯିବ।

    ଚୟନ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ ହେବ। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ