Wednesday, April 8, 2026
22.9 C
Odisha

    ଚାଲିଛି ଗଙ୍ଗାସାଗର ମେଳା, ୬୦ ଲକ୍ଷ ଶ୍ରଦ୍ଧାଳୁ ପୂଣ୍ୟ ବୁଡ ପକାଇଛନ୍ତି

    ଆଗକୁ ପଢନ୍ତୁ

    କୋଲକାତା: ସମସ୍ତ ତୀର୍ଥ ସ୍ଥାନ ଦର୍ଶନ କଲେ ଯାହା ପୁଣ୍ୟ ମିଳେ ଗଙ୍ଗା ସାଗରରେ ଥରେ ମାତ୍ର ବୁଡ ପକାଇଲେ ସମାନ ପୁଣ୍ୟ ମିଳିଥାଏ । ପୂଣ୍ୟ ତୀର୍ଥ ସ୍ଥାନ ଗଙ୍ଗାସାଗରରେ ମକର ସଂକ୍ରାନ୍ତି ଦିନ ଆଜି ୧ଟା ୧୯ ମିନିଟରୁ ୧୫ ତାରିଖ ମଧ୍ୟାହ୍ନ ୧ଟା ୧୯ ମିନିଟ ପର୍ଯ୍ୟନ୍ତ ପୂଣ୍ୟସ୍ନାନର ମାହେନ୍ଦ୍ର କ୍ଷଣ ରହିଛି । ତେଣୁ ମେଳାରେ ଭକ୍ତଙ୍କ ପ୍ରବଳ ଭିଡ଼ । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ରହିଛି ଗଙ୍ଗା ସାଗର । ରାଜା ଭଗୀରଥଙ୍କ ତପସ୍ୟା ବଳରେ ସାଗର ରାଜାଙ୍କ ୬୦ ହଜାର ପୁତ୍ରଙ୍କୁ ମୁକ୍ତି ଦେବା ପାଇଁ ଦେବୀ ଗଙ୍ଗା ସ୍ବର୍ଗରୁ ପୃଥିବୀକୁ ଓହ୍ଲାଇ ଶିବଙ୍କ ଜଟାରୁ ବାହାରି ସାଗରରେ ମିଶିଥିଲେ । ତେଣୁ ଗଙ୍ଗା ଏବଂ ସାଗରର ମିଳନ ସ୍ଥଳୀକୁ ‘ଗଙ୍ଗାସାଗାର’ କୁହାଯାଉଛି।

    ବର୍ତ୍ତମାନ ଗଙ୍ଗାସାଗର ମେଳା ଚାଲିଛି । ମଙ୍ଗଳ ବାର ସୁଦ୍ଧା ୬୦ ଲକ୍ଷ ଶ୍ରଦ୍ଧାଳୁ ପୂଣ୍ୟ ବୁଡ ପକାଇଛନ୍ତି । ଗଙ୍ଗାସାଗରର କପିଳମୁନି ମନ୍ଦିର ବ୍ୟତୀତ ଜଗନ୍ନାଥ ମନ୍ଦିର, ଦକ୍ଷିଣ କାଳୀ ମନ୍ଦିର, ରାମକୃଷ୍ଣ ମନ୍ଦିର, ମହାକାଳ ମନ୍ଦିର, କାଳିଘାଟର କାଳୀ ମନ୍ଦି, ରାଧା ମାଧବ ମନ୍ଦିର, ଭାରତ ସେବାଶ୍ରମ ସଂଘ ମନ୍ଦିର, ବାମନଖାଲୀ ଜୀବ ଗବେଷଣା କେନ୍ଦ୍ର ଆଦି ଦର୍ଶନ କରିହେବ । ଏହା ସହିତ ରାମକୃଷ୍ଣ ମିଶନ ସଂଗ୍ରହାଳୟ, ପୁରୀ ଶଙ୍କରାଚାର୍ଯ୍ୟ ମଠରେ ସାଧୁ-ସନ୍ଥଙ୍କ ଆଖଡା, ଲକ୍ଷ୍ମୀମାତା ମନ୍ଦିର ଏବଂ ସୌର ଶକ୍ତି କେନ୍ଦ୍ରରେ ମଧ୍ୟ ଭିଡ ଲାଗିଛି।

    ପୌରାଣିକ ଆଖ୍ୟାନ ଅନୁଯାୟୀ ଗଙ୍ଗାସାଗର ମେଳାର ଉତ୍ପତ୍ତି ଅତ୍ୟନ୍ତ ରହସ୍ୟମୟ। କୁହାଯାଏ ଯେ ହିମାଳୟରୁ ଉତ୍ପନ୍ନ ହୋଇ ସାତୋଟି ସ୍ରୋତରେ ପ୍ରବାହିତ ହେଉଛନ୍ତି ଗଙ୍ଗା- ଯମୁନା, ସରସ୍ୱତୀ, ରାଧା, ସରଯୁ, ଗୋମତୀ ଏବଂ ଗଣ୍ଡକି । ଏମାନେ ବହୁ ପୌରାଣିକ ବାର୍ତ୍ତା ଦେଇଥାନ୍ତି ।

    ରାଜା ସଗରଙ୍କ ଷାଠିଏ ପୁଅ କପିଳ ମୁନିଙ୍କ ଅଭିଶାପ ଦ୍ୱାରା ଭସ୍ମ ହୋଇ ଯାଇଥିଲେ । ରାଜା ସଗର ଇନ୍ଦ୍ରପଦ ପ୍ରାପ୍ତି ପାଇଁ ଅଶ୍ୱମେଧ ଯଜ୍ଞର ଆୟୋଜନ କରିଥିଲେ । ପ୍ରଥା ଅନୁଯାୟୀ ଦୁଇଟି ଯଜ୍ଞ ଅଶ୍ୱକୁ ଛାଡି ଦିଆ ଯାଇଥିଲା । ଯେତେବେଳେ ଘୋଡା ନଫେରିଲା ସେତେବେଳେ ସେ ତାଙ୍କ ଷାଠିଏ ହଜାର ପୁତ୍ରଙ୍କୁ ଘୋଡା ଖୋଜିବାକୁ ପଠାଇଥିଲେ । ପୃଥିବୀରେ ଘୋଡା ଖୋଜିବାରେ ବିଫଳ ହେବା ପରେ ସଗରଙ୍କ ପୁତ୍ରମାନେ ପାତାଳରେ କପିଳମୁନିଙ୍କ ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ଯଜ୍ଞ ଅଶ୍ବ ବନ୍ଧା ହୋଇଥିବାର ଦେଖିଥିଲେ । ପରେ ସଗରଙ୍କ ପୁତ୍ରମାନେ ତପସ୍ୟାରେ ବସିଥିବା କପିଳ ମୁନୀଙ୍କ ଚାରିପାଖରେ ଅଗ୍ନି ସଂଯୋଗ କରି ଦେଇଥିଲେ।

    କପିଳ ମୁନୀଙ୍କ ତପସ୍ୟା ଭଙ୍ଗ ହେବା ମାତ୍ରେ କପିଳ ମୁନୀ ଯୋଗର ଶକ୍ତି ଦ୍ୱାରା ସଗରଙ୍କ ପୁତ୍ରମାନଙ୍କୁ ଅଭିଶାପ ଦେଇ ସେମାନଙ୍କୁ ଭସ୍ମ କରି ଦେଇଥିଲେ । କୁହାଯାଏ ଯେ ପରେ ଯେତେବେଳେ ମହାରାଜ ସଗର ତାଙ୍କର ଷାଠିଏ ହଜାର ପୁତ୍ରଙ୍କ ମୃତ୍ୟୁ ଖବର ପାଇଥିଲେ, ସେତେବେଳେ ସେ ବିଚଳିତ ହୋଇ ଯାଇଥିଲେ । ସେବେଠାରୁ ରାଜା ସଗର ତାଙ୍କ ପୁତ୍ରମାନଙ୍କ ପରିତ୍ରାଣର ସମାଧାନ ଖୋଜିବାକୁ ଲାଗିଲେ । ସନ୍ଧାନ ସମୟରେ ହିଁ ସେ ଗଙ୍ଗା ବିଷୟରେ ଜାଣିବାକୁ ପାଇଲେ । ରାଜା ସଗର ଏହି ତ୍ରାଣକର୍ତ୍ତା ଗଙ୍ଗା ଅର୍ଥାତ୍ ଦେବଲୋକରେ ପ୍ରବାହିତ ‘ଜାହ୍ନଭୀକୁ ପୃଥିବୀକୁ ଓହ୍ଲାଇବା ପାଇଁ ଅନେକ ପଦକ୍ଷେପ ନେଇଥିଲେ, କିନ୍ତୁ ତାଙ୍କର ସମସ୍ତ ପଦକ୍ଷେପ ବିଫଳ ହୋଇଥିଲା ।

    ରାଜା ସଗରର ଅନେକ ପିଢି ପରେ, ତାଙ୍କ ବଂଶରେ ‘ଭଗୀରଥ’ ନାମକ ଜଣେ ରାଜା ଥିଲେ ଏବଂ ଏହି ‘ଭଗୀରଥ’ ଗଙ୍ଗାଙ୍କୁ ଦେବଲୋକରୁ ପୃଥିବୀକୁ ପ୍ରବାହିତ କରିବାରେ ସଫଳ ହୋଇଥିଲେ । ୬୦ ହଜାର ପୁତ୍ର ଯେଉଁଠାରେ ଭସ୍ମୀଭୂତ ହୋଇଥିଲେ ସେହି ସ୍ଥାନରେ ଗଙ୍ଗା ପ୍ରବାହିତ ହେବାରୁ ସେମାନେ ନିର୍ବାଣ ପ୍ରାପ୍ତି ହୋଇଥିଲେ । ସେଠାରେ ନିର୍ମାଣ ହୋଇଛି କପିଳମୁନୀ ମନ୍ଦିର । ୧୪୦୦ ବର୍ଷ ପୂର୍ବେ ୪୩୭ ମସିହାରେ ନିର୍ମିତ ହୋଇଥିବା କୁହାଯାଉଛି ।

    କୁହାଯାଏ ଯେ ରାମାନନ୍ଦ ସମ୍ପ୍ରଦାୟ ପୂଜା କରୁଥିଲେ । ସେବେଠାରୁ ଏହି ମନ୍ଦିର ଅଯୋଧ୍ୟାରେ ହନୁମାନନଗରୀରୁ କାର୍ଯ୍ୟ କରିଆସୁଛି । ଗଙ୍ଗାସାଗରର କପିଳମୁନିଙ୍କ ଏହା ହେଉଛି ଚତୁର୍ଥ ମନ୍ଦିର । ସାଗର ଦ୍ୱୀପର ବିସ୍ତୃତ ଜଳରେ ତିନୋଟି ମନ୍ଦିର ଜଳମଗ୍ନ ହୋଇସାରିଛି । ୧୯୭୯ ମସିହାରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଗଙ୍ଗାସାଗର ସ୍ନାନକୁ ଆସିଥିଲେ, ସେତେବେଳେ ଗଙ୍ଗାସାଗର ମେଳାର ସ୍ବରୂପ ବଦଳାଇ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ