Saturday, January 18, 2025
19.8 C
Odisha

    ଚା’ ପ୍ରେମୀମାନେ ସତର୍କ ନ ହେଲେ ହୋଇପାରେ ଅନେକ ଅସୁବିଧା

    ଆଗକୁ ପଢନ୍ତୁ

    ଚା’ ହେଉଛି ଏମିତି ଏକ ଜିନିଷ ଯାହାର ସାହାଯ୍ୟରେ ଅନେକଙ୍କ ଘରେ ସକାଳ ଆରମ୍ବ ହୁଏ । ଏମିତି କିଛି ଘର ଅଛି ଯେଉଁଠି ବିନା ଚା’ ରେ ଜଳଖିଆ ହୋଇଥାଏ ନଥାଏ। ଆପଣ ଦେଖିଥିବେ କିଛି ଲୋକ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ଅନେକ ଲୋକ ବେଡ୍ ଟି ବିନା ଶେଯରୁ ଉଠନ୍ତି ନାହିଁ । ଅନୁଧ୍ୟାନରୁ ଜଣାପଡିଛି ବେଡ୍ ଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଚା’ ରେ ଅନେକ ପ୍ରକାରର ଏସିଡ୍ ଥାଏ । ଖାଲି ପେଟରେ ଚା’ ପିଇ ଆପଣ ନିଜ ପେଟର ସିଧାସଳଖ କ୍ଷତି ପହଁଚାଉଛନ୍ତି । ଏହାଦ୍ୱାରା ଅଲସର ବା ଗ୍ୟାସ୍ ଭଳି ସମସ୍ୟା ବଢ଼ିବାର ସମ୍ଭାବନା ରହିଥାଏ । ଏବେ ଆସନ୍ତୁ ଜାଣିବା ବେଡ୍ ଟି ଦ୍ୱାରା କଣ ସବୁ ସ୍ୱାସ୍ଥ୍ୟଗତ ଅସୁବିଧା ଦେଖାଦିଏ ।

    ୧ – ଯଦି ଆପଣ ସେହି ଲୋକଙ୍କ ମଧ୍ୟରୁ ଜଣେ , ତାହେଲେ ଖାଲି ପେଟରେ କ୍ଷୀର ଚା’ ପିଅନ୍ତୁ ନାହିଁ । ଖାଲି ପେଟରେ ଅଧିକ କ୍ଷୀର ମିଶା ଚା’ ପିଇବା ଦ୍ୱାରା କ୍ଲାନ୍ତ ଅନୁଭବ ହୁଏ । ଆଉ ଗୋଟେ କଥା ହେଲା ଚା’ରେ କ୍ଷୀର ମିଶାଇବା ଦ୍ୱାରା ଆଣ୍ଟିଅକ୍ସିଡେଂଟର ପ୍ରଭାବ କମିଯାଇଥାଏ ।

    ୨ – ଯଦି ଆପଣ ଏହା ଭାବି ଖୁସି ହେଉଛନ୍ତି ଯେ, କମ୍ କ୍ଷୀରର ଷ୍ଟ୍ରଗ୍ ଚା’ ପିଉଛନ୍ତି , ଏହା ମଧ୍ୟ ଆପଣଙ୍କ ପାଇଁ କ୍ଷତିକର ଅଟେ । ଷ୍ଟେନଡ୍ ଚା’ ପାଚନ ତନ୍ତ୍ରକୁ କ୍ଷତି ପହଁଚାଇଥାଏ ଏବଂ ଏହା ଆପଣଙ୍କ ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି କରେ ।

    ୩ – ଯଦି ଆପଣ ଏହା ବି ଭାବୁଛନ୍ତି ଯେ ଆପଣ ଚା’ ଖାଇବା ପରେ ପିଉଛନ୍ତି , ତଥାପି ଆପଣ ସମସ୍ୟାରୁ ବାହାର ନୁହଁନ୍ତି । ଆମେ ସମସ୍ତେ ଜାଣନ୍ତି ଯେ ଚା’ ରେ ଟେଟିନ୍ ଥାଏ । ଯାହା ଆହାରରେ ଥିବା ଆୟରନ୍ ସହ ପ୍ରଭାବ ପକାଇଥାଏ । ଏଥିପାଇଁ ଖାଇବା ପରେ ଚା’ ପିଇବା ଦ୍ୱାରା ପୋଷକ ତତ୍ୱ ନଷ୍ଟ କରିଥାଏ ।

    ୪ – ଯଦି ଆପଣ ଦିନରେ ୪ରୁ ୫ଥର ଚା’ ପିଉଥାନ୍ତି , ତ ନିଜର ଏହି ଅଭ୍ୟାସକୁ ପରିତ୍ୟାଗ କରନ୍ତୁ । ବହୁତ ଅଧିକ ଗରମ ଚା’ ପିଇବାର ଅଭ୍ୟାସ ମଧ୍ୟ ଭଲ ନୁହେଁ । ଏହାଦ୍ୱାରା ଖାଦ୍ୟ ନଳୀରେ କର୍କଟ ହେବାର ସମସ୍ୟା ବଢିଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    19.8 ° C
    19.8 °
    19.8 °
    30 %
    1.9kmh
    37 %
    Sat
    28 °
    Sun
    30 °
    Mon
    31 °
    Tue
    33 °
    Wed
    34 °

    ସମ୍ବନ୍ଧିତ