Thursday, July 3, 2025
23.9 C
Odisha

    ଚିନି ବଦଳରେ ବ୍ୟବହାର କରନ୍ତୁ ଏହି ପ୍ରାକୃତିକ ମିଠା

    ଆଗକୁ ପଢନ୍ତୁ

    ଆପଣଙ୍କୁ ମିଠା ପସନ୍ଦ କି? ଚିନି ଖାଇବା ଦ୍ବାରା ଅନେକ କ୍ଷତି ହୋଇଥାଏ । ଚିନିର ମଧ୍ୟ ଗୋଟିଏ ଭିନ୍ନ ସ୍ବାଦ ରହିଥାଏ । ଯଦି ମିଠା ଖାଇବାକୁ ନେଇ ଆପଣ ଚିନ୍ତାରେ ରହିଛନ୍ତି ତେବେ ଏବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣଙ୍କୁ କିଛି ଭଲ ବିକଳ୍ପ ବିଷୟରେ କହିବୁ ଯାହାକୁ ଆପଣ ଆପଣଙ୍କ ଚିନି ବଦଳରେ ବ୍ୟବହାର କରିପାରିବେ । ମିଠାପ୍ରେମୀମାନେ ଏବେ ମିଠା ଖାଇପାରିବେ । ଏହି ବିଶେଷ ଜିନିଷଗୁଡ଼ିକ ଆପଣଙ୍କୁ କେବଳ ପ୍ରଚୁର ମିଠା ଦେବ ନାହିଁ । ଏହା ଛଡ଼ା ଅନେକ ପୋଷକ ତତ୍ତ୍ୱ ଯୋଗାଇବ ଯାହା ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଚିନି ବଦଳରେ ଏହି ଜିନିଷଗୁଡ଼ିକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଦ୍ୱାରା କେବଳ ମଧୁମେହ ନୁହେଁ ବରଂ ମେଦବହୁଳତା, ହୃଦରୋଗ, ଡିପ୍ରେସନ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ନିୟନ୍ତ୍ରଣ ହୋଇପାରିବ ।

    ଭାରତୀୟଙ୍କ ଘରେ ଘରେ ଗୁଡ଼ ଖୁବ୍ ପରିଚିତ । ଏଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ରହିଛି । ଯାହା ରକ୍ତରେ ଶର୍କରାର ହଠାତ୍ ବୃଦ୍ଧି ଘଟେ ନାହିଁ। ଆପଣ ଏହାକୁ ଆପଣଙ୍କ ଚା, ଗରମ କ୍ଷୀରରେ ମିଶାଇ ପିଇ ପାରିବେ । ଯାହାକୁ ଉତ୍ତମ ବିକଳ୍ପ ବୋଲି କୁହାଯାଇପାରିବ । ଏହା ଖାଇବା ଦ୍ବାରା ପାଚନ ପ୍ରକ୍ରିୟାକୁ ଉନ୍ନତ କରେ, ଶରୀରକୁ ବିଷମୁକ୍ତ କରିବାରେ ସାହାଯ୍ୟ କରେ ଏବଂ ହାଲୁକା ପେଟ ଫୁଲିବା ମଧ୍ୟ ହ୍ରାସ କରିପାରେ ।

    ଖଜୁରୀ ପ୍ରାକୃତିକ ଭାବରେ ବହୁତ ମିଠା, ନରମ ଏବଂ ଫାଇବର ଗୁଣରେ ଭରପୂର ହୋଇଥାଏ । ଖଜୁରୀରେ ଥିବା ଫାଇବର ରକ୍ତ ପ୍ରବାହରେ ଚିନିର ପ୍ରବେଶକୁ ଧୀର କରିଦିଏ । ଯାହା ଆପଣଙ୍କ ଶକ୍ତି ସ୍ତରକୁ ସ୍ଥିର ରଖେ । ଏଥିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି । ଏହା ଖାଇବା ଦ୍ବାରା ତୁରନ୍ତ ଶକ୍ତି ପ୍ରଦାନ କରେ, ହଜମରେ ସାହାଯ୍ୟ କରେ ।

    ନଡ଼ିଆ ଚିନି ନଡ଼ିଆ ତାଳ ଗଛର ରସରୁ ତିଆରି ହୋଇଥାଏ । ଏହାର ସ୍ୱାଦ କାରାମେଲ ପରି ହୋଇଥାଏ। ଏଥିରେ ରିଫାଇନ୍ ଚିନି ତୁଳନାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) କମ୍ ଥାଏ । ଏହା ରକ୍ତ ଶର୍କରାରେ ଦ୍ରୁତ ବୃଦ୍ଧି ଘଟେ ନାହିଁ। ଏଥିରେ ଜିଙ୍କ୍, ପୋଟାସିୟମ୍, ଲୌହ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ କମ୍ ପରିମାଣରେ ଥାଏ । ଏହା ଦୀର୍ଘସ୍ଥାୟୀ ଶକ୍ତି ପ୍ରଦାନ କରେ ଏବଂ ଖାଇବା ପରେ ଆପଣଙ୍କୁ କ୍ଳାନ୍ତ ଅନୁଭବ କରାଏ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    3.6kmh
    100 %
    Thu
    24 °
    Fri
    29 °
    Sat
    29 °
    Sun
    25 °
    Mon
    24 °

    ସମ୍ବନ୍ଧିତ