Sunday, June 8, 2025
36.7 C
Odisha

    ଚେହେରାରେ ଚମକ ଆଣିଥାଏ ଗୁଡ ! ଜାଣନ୍ତୁ କେମିତି କରିବେ ବ୍ୟବହାର

    ଆଗକୁ ପଢନ୍ତୁ

    ଖାଦ୍ୟ ଖାଇସାରିବା ପରେ ବୟୋଜ୍ୟେଷ୍ଠ ବ୍ୟକ୍ତି ପ୍ରାୟ ସମସ୍ତଙ୍କୁ ଗୁଡ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଗୁଡରେ ରୋଗପ୍ରତିରୋଧକ ଶକ୍ତି ଥାଏ । ଗୁଡ କେବଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇନଥାଏ ବରଂ ଆପଣଙ୍କ ସୌନ୍ଦଯ୍ୟ ପାଇଁ ମଧ୍ୟ କାମରେ ଆସିଥାଏ । ଏବେ ଆସନ୍ତୁ ଜାଣିବା : –

    ବ୍ରଣ ପାଇଁ ଲାଭଦାୟକ : ନିୟମିତ ଗୁଡ ଖାଇଲେ ଚେହେରାରୁ ଦାଗ ଏବଂ ବ୍ରଣ ଦୂର ହୋଇଯାଏ । ଏହାର ପ୍ୟାକ୍ ବନାଇ ମଧ୍ୟ ଚେହେରାରେ ଲଗାଇପାରନ୍ତି । ଏହି ପ୍ୟାକ୍ ବନାଇବା ପାଇଁ ଗୋଟିଏ ଚାମଚ ଗୁଡରେ ଏକ ଚାମଚ ଟମାଟୋ ରସ , ଅଧା ଚାମଚ ଲେମ୍ବୁ ରସ, ଚିମୁଟାଲ ହଳଦୀ ଏବଂ ଅଳ୍ପ ଟିକେ ଗରମ ଗ୍ରୀନ୍ ଟି ମିଶାନ୍ତୁ । ଏହି ମିଶ୍ରଣକୁ ୧୫ ମିନିଟ୍ ଚେହେରାରେ ଲଗାଇ ଧୋଇ ଦିଅନ୍ତୁ ।

    ଚେହେରାରେ କୁଞ୍ଚନ : ଯେମିତି ଯେମିତି ବୟସ ବଢି ବଢି ଯାଏ ସେମିତି ସେମିତି ଚେହେରାରେ କୁଞ୍ଚନ ବଢି ବଢି ଚାଲିଥାଏ । ଗୁଡରେ ଆଣ୍ଟିଅକ୍ସିଡେଂଟ୍ ଥାଏ ଯାହା ଏଥିରୁ ମୁକ୍ତି ଦେଇଥାଏ ।

    ସୁନ୍ଦର କେଶ : ଗୁଡ କେଶକୁ ଘନ ଏବଂ କଳା ବନାଇଥାଏ । ଗୁଡରେ ମୁଲତାନୀ ମାଟି, ଦହି ଏବଂ ପାଣି ମିଶାଇ ପ୍ୟାକ୍ ବନାନ୍ତୁ । ଏହି ପ୍ୟାକକୁ କେଶ ଧୋଇବାର ଗୋଟିଏ ଘଂଟା ପୂର୍ବରୁ ଳଗାନ୍ତୁ । ଏଥିରେ କେଶ ଧୋଇଲେ ମୂଲାୟମ ଏବଂ ଚମକଦାର ହୋଇଥାଏ ।

    ତ୍ବଚା ପାଇଁ ଜରୁରୀ : ଗୁଡରେ ମିନେରାଲ୍ ଏବଂ ଭିଟାମିନ୍ ଥବାରୁ ଏହା ପ୍ରାକୃତିକ କ୍ଲିନଜର କାମ କରିଥାଏ । ଗୁଡ ଖାଉଥିବା ଲୋକମାନଙ୍କର କୋଷ୍ଠକାଠିନ୍ୟର ଅଭିଯୋଗ ନଥାଏ । ପେଟ ସଫା ରହିବ ତ ସ୍କିନ୍ ବି ଗ୍ଲୋ କରିବ । ନଖ ଉଷୁମ ପାଣି କିମ୍ବା ଚା ଚିନି ସ୍ଥାନରେ ଗୁଡ ମିଶାଇ ପିଅନ୍ତୁ ।

    ରକ୍ତ ସଫା : ରକ୍ତ ସଫା ନରହିଲେ ଅନେକ ପ୍ରକାର ସମସ୍ୟା ହୋଇଥାଏ । ଗୁଡ ରକ୍ତ ବି ସଫା କରିଥାଏ ଏବଂ ଏନିମିଆରୁ ମଧ୍ୟ ରକ୍ଷା କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.7 ° C
    36.7 °
    36.7 °
    25 %
    2.4kmh
    10 %
    Sun
    38 °
    Mon
    42 °
    Tue
    41 °
    Wed
    38 °
    Thu
    35 °

    ସମ୍ବନ୍ଧିତ