Tuesday, March 24, 2026
35.3 C
Odisha

    ଛାତ୍ରଛାତ୍ରୀଙ୍କ ମତାମତକୁ ଇସ୍ତାହାରରେ ସାମିଲ କରିବ ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ଇସ୍ତାହାର ଆଣିବ ବିଜେଡି। ଏଥି ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇସାରିଛନ୍ତି। ଚଳିତ ନିର୍ବାଚନରେ ବିଜେଡି ଆଣିବାକୁ ଯାଉଥିବା ନିର୍ବାଚନୀ ଇସ୍ତାହାରରେ ଛାତ୍ରଛାତ୍ରୀଙ୍କ ପାଇଁ ରହିବ ଘୋଷଣା ପତ୍ର। ଦଳ ଷଷ୍ଠଥର ସରକାରକୁ ଆସିଲେ, ପ୍ରଥମ କ୍ୟାବିନେଟରେ ହିଁ ସବୁ ଘୋଷଣା ପୂରଣ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି ବିଜେଡି । ତେବେ ଇସ୍ତାହାରରେ କ’ଣ କ’ଣ ରହିବ, ସେ ନେଇ ସବୁ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ନିକଟରୁ ମତ ସଂଗ୍ରହ କରିବ ବିଜୁ ଛାତ୍ର ଜନତା ଦଳ । ଇସ୍ତାହାର ପାଇଁ ଜିଲ୍ଲା ଗସ୍ତ ସମୟରେ ଛାତ୍ରଛାତ୍ରୀଙ୍କ କ’ଣ ଆବଶ୍ୟକତା ରହିଛି, ସେସବୁର ମତାମତ ନିଆଯିବ । ମତାମତ ସଂଗ୍ରହର ୭ ଦିନ ଭିତରେ ୫-ଟି ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି ଯେ ବିଜେଡି ଇସ୍ତାହାରରେ ଛାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଘୋଷଣାପତ୍ର ରହିବ । ଏହି ଘୋଷଣା ପତ୍ରରେ କ’ଣ ରହିବ ତାହା ସ୍ଥିର କରିବେ ରାଜ୍ୟର ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ପରାମର୍ଶ ନିଆଯିବ । ଆସନ୍ତା ୭ ଦିନ ରାଜ୍ୟର ସମସ୍ତ ଅଞ୍ଚଳର ଛାତ୍ରଛାତ୍ରୀ ଏଥିପାଇଁ ପରାମର୍ଶ ଦେବେ । ଏହାକୁ ବିଚାର କରି, ଦଳ ଇସ୍ତାହାରରେ ଛାତ୍ରଛାତ୍ରୀଙ୍କ ପାଇଁ ଘୋଷଣାପତ୍ର ଆଣିବ । ଯାହା, ନବୀନ ପଟ୍ଟନାୟକ ଷଷ୍ଠର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ମୋହର ବାଜିବ । ତେବେ ଛାତ୍ରଛାତ୍ରୀ ସେମାନଙ୍କ ବହୁମୂଲ୍ୟ ମତାମଦ ଦେବାକୁ ବିଜେଡି ପକ୍ଷରୁ ନମ୍ବର ଜାରି କରାଯାଇଛି । ଛାତ୍ରଛାତ୍ରୀ ୯୦୭୮୪୦୪୪୪୪ ନମ୍ବରରେ ଫୋନ କରି ନିଜ ମତାମତ ଦେଇ ପାରିବେ । ଏହାସହ [email protected] ଜରିଆରେ ମେଲ୍ କରି ମଧ୍ୟ ଛାତ୍ରଛାତ୍ରୀ ସେମାନଙ୍କ ମତାମତ ପଠାଇ ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    35.3 ° C
    35.3 °
    35.3 °
    17 %
    4.1kmh
    20 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ