Sunday, October 4, 2026
24.6 C
Odisha

    ସ୍ୱାଧୀନ ଲଢ଼ିବେ ଖାରବେଳେ : ଟିକଟ ବଣ୍ଟାକୁ ନେଇ ମନରେ ଅସନ୍ତୋଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶା ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ଘୋଷଣା ହେଉ ହେଉ ଦଳରେ ଆରମ୍ଭ ହେଲା ବିଦ୍ରୋହ। ବିଦ୍ରୋହର ଶଙ୍ଖ ଫୁଙ୍କିଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ। ବାଲେଶ୍ବରରେ ଆଜି ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ବିଦ୍ରୋହ ଘୋଷଣା କରିଛନ୍ତି। ଏହି ବିଦ୍ରୋହ ବାଲେଶ୍ବରରେ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି। ଘଟଣା ହେଲା, ବାଲେଶ୍ବରରୁ ସାଂସଦ ପ୍ରାର୍ଥୀ ହେବା ପାଇଁ ଖାରବେଳ ମନ ବଳାଇଥିଲେ। ପୂର୍ବରୁ ସେ ବାଲେଶ୍ବରରୁ ଦୁଇଥର ବିଜେପି ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ। ତେଣୁ ବାଲେଶ୍ବର ଆସନରୁ ପ୍ରାର୍ଥୀ ହେବା ପାଇଁ ଖାରବେଳ ମନ ବଳାଇବା ସ୍ବାଭାବିକ କଥା। ଗତକାଲି ବିଜେପିର ଯେଉଁ ୧୮ ଜଣିଆ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି, ସେଥିରେ ଖାରବେଳଙ୍କ ନାଁ ନାହିଁ। ଫଳରେ ସେ ଏବେ ଖଡ଼ଗ ହସ୍ତ। ଖାରବେଳ ସ୍ବାଇଁ କହିଛନ୍ତି, ସେ ସ୍ବାଧୀନ ଭାବେ ବାଲେଶ୍ବର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ। ବିଜେପିରୁ ଇସ୍ତଫା ନଦେଇ ଲଢ଼ିବେ । ଏଥିପାଇଁ ବିଜେପିରୁ ତାଙ୍କୁ ବହିଷ୍କାର କରାଗଲେ ମଧ୍ୟ ସେ ଖାତିର କରିବେ ନାହିଁ ବୋଲି ଖାରବେଳ ସ୍ବାଇଁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ