Friday, April 3, 2026
33.6 C
Odisha

    ଜଣାନ୍ତୁ କିଡ଼ନୀ ସମସ୍ୟାର ମୁଖ୍ୟ ଲକ୍ଷଣ

    ଆଗକୁ ପଢନ୍ତୁ

    ସ୍ୱାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ଶରୀର ହିଁ ଆମକୁ ଠିକ୍ ଭାବେ ଗଢିତୋଳେ। ସୁସ୍ଥ ଶରୀର ପାଇଁ ଭଲ ଖାଦ୍ୟ ନିହାତି ଜରୁରୀ । ଭଲ ସ୍ୱାସ୍ଥ୍ୟ ଆମ ଶରୀର ପାଇଁ ବେଶ୍ ମହତ୍ୱପୂର୍ଣ୍ଣ। ଶରୀର ଠିକ ନରହିଲେ ଆମେ ମାନସିକ ଭାବେ ମଧ୍ୟ ବିଚଳିତ ହୋଇପଡୁ। ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଆମ ପାଇଁ ଖୁବ ଉପଯୋଗୀ । ପ୍ରତ୍ୟେକ ଅଙ୍ଗର କିଛି ନା କିଛି ବିଶେଷ କାର୍ଯ୍ୟ ରହିଛି । କିଡନୀ ଆମ ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗରେ ସାମିଲ ଅଟେ । ଯଦି କିଡନୀ ସୁସ୍ଥ ରହେ ତେବେ ଶରୀର ଠିକ୍ ରଖିବାରେ ସାହାଯ୍ୟ କରିଥାଏ । କିଡନୀ ଆମ ଶରୀରର ଏକ ଆଭ୍ୟନ୍ତରୀଣ ଅଙ୍ଗ । ଯାହାକି ଆମ ଶରୀର ପାଇଁ ବହୁତ ଉପକାର କରିଥାଏ ।

    କିଡନୀ ବଦରକ୍ତକୁ ନିଷ୍କାସନ କରିବାର ବଡ ମାଧ୍ୟମ ଅଟେ। କିଡନୀ ରକ୍ତକୁ ସଫା ମଧ୍ୟ ରଖିଥାଏ । କିଡନୀ ଆମ ଶରୀରର ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ସେଥିପାଇଁ କିଡନୀର ସ୍ବାସ୍ଥ୍ୟତା ଉପରେ ଧ୍ୟାନ ରଖିବା ନିହାତି ଆବଶ୍ୟକ । କିଡନୀ ଖରାପ ହେବାର ଲକ୍ଷଣ ଏବଂ ସେ ନେଇ କିପରି ସତର୍କ ରହିବା ଆସନ୍ତୁ ଜାଣିବା ।
    କୀଡନି ଖରାପ ହେବାର ଲକ୍ଷଣ ଯାହାକି ସହଜରେ ଜଣାପଡିନଥାଏ । କିଡନୀର କାର୍ଯ୍ୟକାରୀ ଶକ୍ତି କମିବା ଦ୍ବାରା ଏହାର ଲକ୍ଷଣ ଜଣାପଡିଥାଏ । ଶରୀରରେ ଯଦି କୌଣସି ସମସ୍ୟା ଦେଖାଦିଏ , ତେବେ କିଡନୀ ଖରାପ ହବାର ଅନୁମାନ କରାଯାଏ । ମନରେ ସନ୍ଦେହ ଆସିବା ମାତ୍ରେ ଡାକ୍ତରଙ୍କୁ ପରାମର୍ଶ କରାଇନେବା ଉଚିତ୍ । ଯାହାକି ବୁଦ୍ଧିମାନର କାମ ହେବ। ଏହାର ଲକ୍ଷଣ ଡେରିରେ ଜଣାପଡିବା ସହ ଦିନକୁ ଦିନ ଏହାର ସଂକ୍ରମଣର ସ୍ଥିତିକୁ ବୃଦ୍ଧି କରାଇଥାଏ । ଯାହାକି ଜୀବନ ପାଇଁ ବିପଦପୂର୍ଣ୍ଣ ଅଟେ ।

    କୀଡନି ଖରାପ ହେବାର ଲକ୍ଷଣ:ବାରମ୍ବାର ପରିଶ୍ରା ଲାଗିବା ହେଉଛି କୀଡନି ସମସ୍ୟାର ପ୍ରଥମ ଲକ୍ଷଣ । କମ୍ ପରିଶ୍ରା ଲାଗିବା ବି ମଧ୍ୟ କିଡନୀ ଖରାପ ହେବାର ଲକ୍ଷଣ। ଏହି ସବୁ ହେଉଛି କିଡନୀ ସମସ୍ୟାର ମୁଖ୍ୟ କାରଣ ଅଟେ। ପରିଶ୍ରାରେ ରକ୍ତ ପଡିବାର ଯେବେ ଦେଖିବେ, ତେବେ ଡେରି ନକରି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍। କୀଡନି ସମସ୍ୟା ସୃଷ୍ଟି ହେଲେ ଶରୀରରେ ପାଣି ଜମାଟ ବାନ୍ଧେ । ବିଶେଷ କରି ହାତ ଗୋଡ ମୁଁହକୁ ଫୁଲଇଦେଇଥାଏ । ଦେହରେ ବଦମଇଳା ଜମି ରହି କିଡ଼ନୀରେ ସମସ୍ୟା ସୃଷ୍ଟି କରେ । ଅଧିକ ଥକାପଣ କିଡ଼ନୀ ସମସ୍ୟାର ଆଉ ଏକ ଲକ୍ଷଣ । କିଡ୍ନୀ ସମସ୍ୟା ଦେଖାଦେଲେ ରକ୍ତଚାପକୁ ହଠାତ ବଢ଼ାଇଦେଇଥାଏ ।

    କୀଡନି ଖରାପ ହେବାର ସାଧାରଣ ଲକ୍ଷଣ:
    ପିଠିରେ ଯନ୍ତ୍ରଣା ହେବା, ସ୍ବାଦରେ ପରିବର୍ତ୍ତନ ଆସିବା, ଭୋକ ନଲାଗିବା, ଚର୍ମ ଶୁଖିଲା ଦିଶିବା, ବାନ୍ତି ଲାଗିବା ,ଏକାଗ୍ରତାରେ ସମସ୍ୟା ସୃଷ୍ଟି ହେବା କିଡନୀ ସମସ୍ୟାର ସଂଙ୍କେତ ଅଟେ । ତେବେ ଆପଣ ଏଥିପ୍ରତି ସଚେତନ ହେବା ନିହାତି ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ