Sunday, April 5, 2026
25.5 C
Odisha

    ଜନସେବା କେନ୍ଦ୍ରରୁ ଜମାକାରୀଙ୍କ ଟଙ୍କା ଉଭାନ

    ଆଗକୁ ପଢନ୍ତୁ

    ରାୟଗଡ଼ା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ମହକୁମାରେ ଥିବା ଜନସେବା କେନ୍ଦ୍ରରୁ ଜମାକାରୀଙ୍କ ଟଙ୍କା ଉଭାନ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବିଧବା ନେମାଲପୁରୀ ଦମୟନ୍ତୀ ସ୍ୱାମୀ ଲୋକନାଥଙ୍କ ମୃତ୍ୟୁ ପରେ ମିଳିଥିବା ଟଙ୍କା ଓ ସୁଭଦ୍ରା ଟଙ୍କା, ଇନ୍ଦିରାଆବାସ ଟଙ୍କା, ଏଲଆଇସି ଟଙ୍କା, ନିଜ ଝାଳ ବୁହା ଟଙ୍କା ପ୍ରାୟ ୧ଲକ୍ଷ୪୫ହଜାର ଟଙ୍କା ଶିକରପାଇରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଜମା କରିଥିଲେ। ଆବଶ୍ୟକ ପଡ଼ିବାରୁ ସେ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ବ୍ୟାଙ୍କରେ ପ୍ରବଳ ଭିଡ ହୋଇଥିବା ଦେଖି ଏକ ଜନସେବା କେନ୍ଦ୍ରକୁ ଯାଇ ଆଙ୍ଗୁଠି ଦେଇ କିଛି ଟଙ୍କା ଉଠାଇ ନେଇଥିଲେ। ଏହାପରେ ପୁଣି ଟଙ୍କା ଉଠାଇବା ପାଇଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଯାଇଥିବାରୁ ବିଧବାଙ୍କ ଜମା ଖାତାରେ ଟଙ୍କା ନଥିବା ଅଧିକାରୀ କହିଥିଲେ। ଏହାକୁ ନେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଏହାପରେ ଚିନ୍ତିତ ହୋଇ ଏ ବିଷୟରେ ସାହି ପଡ଼ିଶାଙ୍କୁ ଜଣାଇଥିଲେ। ତେବେ ଏହି ଟଙ୍କା କେଉଁଠି ଓ କେମିତି କଟିଲା ସେ ଜାଣି ପାରୁ ନ ଥିବାରୁ ଏଥିପାଇଁ ସେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି କହି ଆଜି ସ୍ଥାନୀୟ ଥାନାକୁ ଯାଇ ଅଭିଯୋଗ କରିଛନ୍ତି। ଏହାର ସଠିକ ତଦନ୍ତ କରି ମୋର ଟଙ୍କା ଫେରସ୍ତ କରାଇଦିଅନ୍ତୁ ବୋଲି ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଏଭଳି ଘଟଣା ଅଞ୍ଚଳରେ ବାରମ୍ବାର ଘଟୁଥିବାରୁ ଏଥି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଏନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ