Sunday, October 11, 2026
30.5 C
Odisha

    ଜନ୍ତରମନ୍ତର ଅଭିମୁଖେ ପୁଣି CJPର ପଦଯାତ୍ରା, ଦିଲ୍ଲୀ ପୋଲିସ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଦିଲ୍ଲୀରେ ବ୍ୟାପକ ପୋଲିସ କଟକଣା ଓ ହଜାର ହଜାର ଆନ୍ଦୋଳନକାରୀଙ୍କୁ ଅଟକ ରଖାଯିବା ସତ୍ତ୍ୱେ ପଛକୁ ହଟିବ ନାହିଁ କକ୍ରୋଚ୍ ଜନତା ପାର୍ଟି ବା CJP । ଆଜି ପୁଣିଥରେ ଦିଲ୍ଲୀର ଜନ୍ତରମନ୍ତର ଅଭିମୁଖେ ପଦଯାତ୍ରା ଆରମ୍ଭ କରିବାକୁ ଘୋଷଣା କରିଛି ଦଳ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ଆନ୍ଦୋଳନ ଜାରି ରଖିବାକୁ CJP ନିଷ୍ପତ୍ତି ନେଇଛି। ଦଳର ତିନି ପ୍ରମୁଖ ନେତା ଅଭିଜିତ ଦିପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ପୋଲିସ ଅଟକ ରଖିବା ପରେ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ଆଜିଙ୍କ୍ୟ ସିନ୍ଦେ । ସେ ଘୋଷଣା କରିଛନ୍ତି ଯେ, ପୋଲିସର କଟକଣା ଯୋଗୁଁ ଆନ୍ଦୋଳନ ବନ୍ଦ ହେବ ନାହିଁ ।

    ଦାବି ପୂରଣ ହେବା ପର୍ଯ୍ୟନ୍ତ ପ୍ରତିବାଦ ଚାଲିବ। ଅଟକ ଥିବା ତିନି ନେତାଙ୍କ ସୁରକ୍ଷାକୁ ନେଇ ମଧ୍ୟ ଉଦ୍ ବେଗ ପ୍ରକାଶ କରିଛନ୍ତି ସିନ୍ଦେ । ତାଙ୍କ ଅଭିଯୋଗ ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରେ ବିମାନ ଅବତରଣ କରିବା ପରେ ପୋଲିସ ବିମାନ ଭିତରୁ ଅଭିଜିତ ଦିପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ନେଇଯାଇଥିଲା । ଏହାପରଠାରୁ ସେମାନଙ୍କୁ କେଉଁଠାରେ ରଖାଯାଇଛି, ସେ ସମ୍ପର୍କରେ କୌଣସି ସୂଚନା ମିଳୁନଥିବା ସିନ୍ଦେ ଦାବି କରିଛନ୍ତି। ଅଟକ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏବଂ AISAର ନେହା ବୋରା ଥିବା ଖବର ମିଳିଛି ।

    କେବଳ ରାଜନୈତିକ ନେତା ଓ ଆନ୍ଦୋଳନକାରୀ ନୁହନ୍ତି, ଜନ୍ତରମନ୍ତର ନିକଟରେ ଖବର ସଂଗ୍ରହ କରୁଥିବା କେତେକ ସାମ୍ବାଦିକଙ୍କୁ ମଧ୍ୟ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ କେତେକ ସାମ୍ବାଦିକ ପୋଲିସ ବସ୍  ଭିତରୁ ନିଜ ପ୍ରେସ୍ ପରିଚୟପତ୍ର ଦେଖାଉଥିବା ଦେଖିବାକୁ ମିଳିଛି। ଗତକାଲି ବ୍ୟାପକ ଅଟକ ଘଟଣା ପରେ ଆଜି  ପୁଣି ପଦଯାତ୍ରା ଘୋଷଣା ଦିଲ୍ଲୀ ପୋଲିସ ଓ ପ୍ରଶାସନ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । CJP ନିଜ ଆନ୍ଦୋଳନ ଜାରି ରଖିବାକୁ ଅଡ଼ି ବସିଥିବା ବେଳେ  ପଦଯାତ୍ରାକୁ ନେଇ ପ୍ରଶାସନ କି ପଦକ୍ଷେପ ନେବ, ତାହା ଉପରେ ନଜର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    52 %
    2.8kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ