Friday, April 3, 2026
29.7 C
Odisha

    ଜବାବ ଦେଲେ ଯବାନ: ୧୨ ନକ୍ସଲ ନିପାତ

    ଆଗକୁ ପଢନ୍ତୁ

    ମାଓ ଦମନ ଅଭିଯାନରେ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି ୧୨ ନକ୍ସଲ। ସର୍ଚ୍ଚ ଅପରେସନ୍‌ରେ ଯବାନ ୧୨ ମାଓବାଦୀଙ୍କ ମୃତଦେହ ଠାବ କରିବା ସହିତ ବିପୁଳ ବିସ୍ଫୋରକ ଜବତ କରିଛନ୍ତି। ଅପରେସନ୍‌ ଚାଲିଥିବାରୁ ମୃତ ମାଓବାଦୀଙ୍କ ସଂଖ୍ୟା ବଢ଼ିବା ନେଇ ପୁଲିସ୍‌ ସୂଚନା ଦେଇଛି। ବସ୍ତର ଆଇଜି ପି. ସୁନ୍ଦରରାଜ ଓ ସିଆର୍‌ପିଏଫ୍ ଆଇଜି ଅପରେସନ୍‌ର ନେତୃତ୍ବ ନେଉଛନ୍ତି।ତେଲେଙ୍ଗାନା-ବିଜାପୁର-ସୁକୁମା ସୀମାବର୍ତ୍ତୀ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଗୁଇନ୍ଦା ସୂଚନାକୁ ଭିତ୍ତି କରି ଦନ୍ତେୱାଡ଼ା, ବିଜାପୁର ଓ ସୁକୁମା ପୁଲିସ ସମେତ ଡିଆରଜି, ଏସ୍‌ଟିଏଫ୍‌ ଓ ସିଆର୍‌ପିଏଫ୍‌ ଯବାନ ଅପରେସନ୍‌ରେ ବାହାରିଥିଲେ। ମାଓବାଦୀଙ୍କୁ ଘେରିବା ପାଇଁ ପ୍ରାୟ ଦୁଇ ହଜାର ଯବାନ ଜଙ୍ଗଲରେ ପଶିଥିଲେ। ଗୁରୁବାର ସକାଳ ୯ଟାରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚାଳନା କରିଥିଲେ। ତେବେ ପୂର୍ବରୁ ନକ୍ସଲଙ୍କୁ ଘେରି ପୋଜିସନ୍‌ ନେଇ ସାରିଥିବା ଯବାନ ପାଲଟା ଜବାବ ଦେଇ ଗୁଳି ଚାଳନା କରିଥିଲେ। ଯବାନଙ୍କ ଗୁଳିକୁ ସାମନା କରି ପାରି ନପାରି ନକ୍ସଲ। ଖସି ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯବାନଙ୍କ ଗୁଳିରେ ଏଯାବତ୍‌ ୧୨ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସ୍ପଷ୍ଟ କରିଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ପୁଲିସ୍‌-ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ସର୍ଚ ଅପରେସନ ସମୟରେ ବହୁ ପରିମାଣର ମାଓ ସାମଗ୍ରୀ, ବିସ୍ଫୋରକ ସହିତ ବନ୍ଧୁକ ଜବତ ହୋଇଛି। ଅପରେସନ୍‌ ସାରି ଯବାନ ଫେରିବା ପରେ ମୃତ ନକ୍ସଲଙ୍କ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ