Sunday, June 29, 2025
24.5 C
Odisha

    ଜଳୁଛି ସହର ବଢୁଛି ତାତି, ଆସନ୍ତା ସପ୍ତାହେ ଯାଏଁ ନାହିଁ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜଳୁଛି ସହର ବଢୁଛି ତାତି । ଅସହ୍ୟ ଗରମ ଓ ଗୁଳୁଗୁଳି ଆଉଟୁପାଉଟୁ ଜନଜୀବନ । ଉପକୂଳରୁ ଉପାନ୍ତ ପ୍ରଚଣ୍ଡ ଖରାରେ ସିଝୁଛି । ଦିନ ୧୦ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି । ୩୯. ୮ ଡିଗ୍ରୀ ସହ ଗତକାଲି ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଭୁବନେଶ୍ବରରେ ୩୯.୬, ଝାରସୁଗୁଡ଼ା ୩୯.୨, ସମ୍ବଲପୁରରେ ୩୯.୧ ଓ ଚାନ୍ଦବାଲିରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଗାମୀ ୫ରୁ ୭ ଦିନ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ତାତି ବଢିବା ସହ ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ।

    ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶାରେ ହଟ ଓ ହ୍ୟୁମିଡ କଣ୍ଡିସନ ଲାଗି ରହିବ । ଆଗାମୀ ପାଞ୍ଚଦିନ ପାଇଁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାକୁ ବଢିବା ପରେ ନିଷ୍କ୍ରିୟ ରହିଛି । ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡରେ ଭଲ ବର୍ଷା ହୋଇନଥିବାରୁ ଏହା ଆଗକୁ ବଢିପାରି ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    79 %
    5.1kmh
    100 %
    Sat
    25 °
    Sun
    25 °
    Mon
    23 °
    Tue
    29 °
    Wed
    30 °

    ସମ୍ବନ୍ଧିତ