Friday, October 31, 2025
22.3 C
Odisha

    ଜଳେଶ୍ୱର : ଜୁଆର ମାଡ଼ରେ ଭାଙ୍ଗିଲା ଶୌଚାଳୟ ଓ ଦୋକାନ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ଜୁଆର ମାଡ଼ରେ ଭାଙ୍ଗିଲା ଶୌଚାଳୟ ଓ ଦୋକାନ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ଜୁଆର ମାଡ଼ରେ ଭାଙ୍ଗି ଗଲା ୧୦ଟି ଅସ୍ଥାୟୀ ଶୌଚାଳୟ ଓ ତିନୋଟି କ୍ୟାବିନ୍ । ଲଘୁଚାପ ଓ ପୂର୍ଣ୍ଣିମା ପ୍ରଭାବରେ ସମୁଦ୍ର ଜୁଆରିଆ ହେବା ସହ ମଙ୍ଗଳାବର ଅଧ ରାତିରୁ ଉଗ୍ର ରୂପ ଧାରଣ କରିଛି । ଜୁଆର ମାଡ଼ରେ ତାଳସାରି ବେଳାଭୂମିରେ ଥିବା ଶୌଚାଳୟ ଭାଙ୍ଗି ନଷ୍ଟ ହେବା ସହ ୨ଟି ଦୋକାନ ଗୃହ ସମୁଦ୍ର ଗର୍ଭକୁ ଚାଲିଯାଇଛି । ଶୌଚାଳୟ ପାଖରେ ବ୍ୟବସାୟୀ ଦୋକାନ ଘର କରି ପରିବାର ଚଳାଇ ଆସୁଥିଲେ । ମାତ୍ର ଜୁଆର ମାଡ଼ରେ ସବୁକିଛି ସମୁଦ୍ର ଗର୍ଭକୁ ଚାଲିଯାଇଛି ।

    ଅନ୍ୟପଟେ ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୯ ତାରିଖ ଯାଏ ଏହା ସକ୍ରିୟ ରହିବ । ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ବିଶେଷକରି ଉପକୂଳ ଓ ଉତ୍ତର-ଆଭନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରଭାବ । ଏଥିସହ ୧୦ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ। ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.3 ° C
    22.3 °
    22.3 °
    98 %
    1.7kmh
    76 %
    Thu
    22 °
    Fri
    29 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ