Monday, August 24, 2026
28.7 C
Odisha

    ଜଳ ବିଶୋଧନ ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍, ୪୦ରୁ ଅଧିକ ହସପିଟାଲରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ନାଗପୁର : ମହାରାଷ୍ଟ୍ରର ନାଗପୁରର ଗୋଧନି ଅଞ୍ଚଳରେ ବଡ଼ ଅଘଟଣ । ଗୋଧନି ସ୍ଥିତ ଜଳ ବିଶୋଧନ ପ୍ଲାଣ୍ଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବା ଯୋଗୁଁ ନିଶ୍ୱାସ ନେବାରେ ସମସ୍ୟା ହେବାରୁ ୪୦ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬ ଗୁରୁତର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

    ସୂଚନାନୁଯାୟୀ, ଗୋଧନି ସ୍ଥିତ ଏକ ଜଳ ବିଶୋଧନାଗାରରୁ ଭୋର୍ ସମୟରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇଛି । ଏହି ଜଳ ବିଶୋଧନ ପ୍ଲାଣ୍ଟ ଗୋଧନି ନଗର ପଞ୍ଚାୟତ ଦ୍ୱାରା ପରିଚାଳିତ । ଗ୍ୟାସ ଲିକ୍ ହେବା ପରେ ଆଖପାଖରେ ଥିବା ଲୋକେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ । ଏହାପରେ ୫୨ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬ ଗୁରୁତର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

    ରବିବାର ଅଧରାତିରେ ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ୍ ଲିକ୍ ହେଉଛି । ପ୍ରଭାବିତ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ପ୍ଲାଣ୍ଟ୍ କର୍ମଚାରୀ ରହିଛନ୍ତି । ସମସ୍ତ ପ୍ରଭାବିତଙ୍କୁ ଚିକିତ୍ସା ଲାଗି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନାଗପୁର ମ୍ୟୁନିସିପାଲ କର୍ପୋରେସନ କହିବା ମୁତାବକ, ଗାଁରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ରାତିରେ ୯୦୦ କିଗ୍ରା କ୍ଷମତା କ୍ଲୋରିନ ଗ୍ୟାସ୍ ସିଲିଣ୍ଡର ଲିକ୍ ହେବା ପରେ ଲୋକମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
    ଘଟଣାକୁ ନେଇ ନାଗପୁର ମାନକପୁର ପୋଲିସ ଷ୍ଟେସନ ଅଧିକାରୀ କହିଛନ୍ତି, ପାଣି ବିଶୋଧନ ପ୍ଲାଣ୍ଟ ଗୋଧନିରେ ରାତିରେ କ୍ଲୋରିନ ଗ୍ୟାସ ଲିକ୍ ହେବା ସୂଚନା ମିଳିଥିଲା । ଖବର ପାଇ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ହସପିଟାଲ ପଠାଇଥିଲା । ହସପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କ ସ୍ଥିତିରେ ସୁଧାର ଆସିଛି ।

    ଅଗ୍ନିଶମ ବାହିନୀ ଏବଂ ନାଗପୁର ପୋଲିସ, ଏନଡିଆରଏଫ, ଏନଏମସି, ସ୍ବାସ୍ଥ୍ୟ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଗ୍ୟାସ୍ ନିୟନ୍ତ୍ରଣ କରିବା ସହିତ, ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଆଖପାଖ ଅଞ୍ଚଳର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଉଛି । ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ବର୍ତ୍ତମାନ ଗ୍ୟାସ ଲିକ୍ ର କାରଣ ନେଇ ତଦନ୍ତ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.7 ° C
    28.7 °
    28.7 °
    81 %
    2.6kmh
    100 %
    Mon
    28 °
    Tue
    28 °
    Wed
    29 °
    Thu
    25 °
    Fri
    26 °

    ସମ୍ବନ୍ଧିତ