Sunday, October 4, 2026
24.6 C
Odisha

    ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍‌ଆର୍‌ଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଭିଜିଲାନ୍ସ ଜାଲରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍‌ଆର୍‌ଏ (SRA) ତଥା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲରେ ଏସ୍‌ଆର୍‌ଏ ଭାବେ କାର୍ଯ୍ୟରତ ଭଞ୍ଜ କିଶୋର ବେହେରା। କଟକ ଭିଜିଲାସନ୍ସ ଥାନା କେସ୍ ନମ୍ବର ୩୦/୨୦୨୬, ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅଧୀନରେ ରୁଜୁ ମାମଲାରେ ଏକକାଳୀନ ଭାବେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କର ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି। ତାଙ୍କ ବିରୋଧରେ ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ତାଙ୍କୁ ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଏହି ୬ଟି ସ୍ଥାନରେ ଚଢ଼ାଉ ଚାଲିଛି।ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ପାଟେଣିଗାଁରେ ଥିବା ପ୍ରାୟ ୭,୦୦୦ ବର୍ଗଫୁଟ୍‌ର ଦୁଇ ମହଲା ଆବାସିକ କୋଠା।

    ପାଟେଣିଗାଁରେ ଥିବା ପ୍ରାୟ ୪,୦୦୦ ବର୍ଗଫୁଟ୍‌ର ଏକ ଟେଣ୍ଟ ହାଉସ୍‌।

    ପାଟେଣିଗାଁରେ ଥିବା ଅନ୍ୟ ଏକ ପ୍ରାୟ ୩,୦୦୦ ବର୍ଗଫୁଟ୍‌ର ଦୁଇ ମହଲା କୋଠା।

    ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ କାର୍ଯ୍ୟାଳୟରେ ଅଭିଯୁକ୍ତ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ।

    ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଡିଓ କାର୍ଯ୍ୟାଳୟରେ ତାଙ୍କର ପୂର୍ବତନ କାର୍ଯ୍ୟସ୍ଥଳ।

    ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ସାନକୋରକୋରା ଗାଁରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘର।

    ସରକାରୀ ଅର୍ଥ ହେରଫେର ଅଭିଯୋଗ ସମ୍ପର୍କରେ ଅଧିକ ତଥ୍ୟ ଓ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ଯାଞ୍ଚ ପାଇଁ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏହି ଚଢ଼ାଉ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ