Monday, September 14, 2026
23.8 C
Odisha

    ବେଆଇନ ଗଞ୍ଜେଇ କାରବାରରେ ପୋଲିସ୍ ଲିଙ୍କ୍ ! ସତ ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ: ବୌଦ୍ଧ ଏସପି

    ଆଗକୁ ପଢନ୍ତୁ

    ବୌଦ୍ଧ : ବେଆଇନ ଗଞ୍ଜେଇ କାରବାରରେ ପୋଲିସ୍ ଲିଙ୍କ୍ । ଚର୍ଚ୍ଚାରେ ଭାଇରାଲ ଅଡିଓ । ବିଭିନ୍ନ ସମୟରେ ବୌଦ୍ଧ ପୋଲିସର ଗଞ୍ଜେଇ ଲିଙ୍କକୁ ନେଇ ଜିଲ୍ଲାରେ ଚର୍ଚ୍ଚା ହୁଏ । କିଛିଦିନ ତଳେ ଗଞ୍ଜେଇ ମାଫିଆ ଲିଙ୍କରେ ଜଣେ ଥାନା ଅଧିକାରୀଙ୍କୁ ନିଲମ୍ବନ କରିଥିଲେ DGP । ଏବେ ପୁଣି ନୂଆ ଅଡିଓ ଭାଇରଲ ହେଉଛି । ଭାଇରାଲ ହୋଇଥିବା ଏହି ଅଡିଓରେ ପ୍ରାୟ ୪ ଜଣ ବ୍ୟକ୍ତି କଥା ହେଉଥିବା ଶୁଣିବାକୁ ମିଳୁଛି । ଜଗନ୍ନାଥ ରୋଡ୍ ହାଟଗାଁ ନିକଟରେ ପୋଲିସ ପେଟ୍ରୋଲିଂ ବେଳେ ଗଞ୍ଜେଇ ଭର୍ତ୍ତି ଗାଡ଼ି ସହ ପ୍ରାୟ ୧ କ୍ବିଣ୍ଟାଲ ୨୦ କିଲୋ ଗଞ୍ଜେଇ ଓ ୨ ଜଣ ବ୍ୟକ୍ତି ଧରାପଡ଼ିଥିଲେ । ଧରାପଡ଼ିବା ପରେ ଏହି ଗଞ୍ଜେଇ କେଉଁ ଅଫିସର ଦେଇଛନ୍ତି, ସେ ନେଇ ଚାଲିଛି କଥାବାର୍ତ୍ତା । ୪ ଲକ୍ଷ ଟଙ୍କାର କାରବାର, ଟେପ୍ ମରା ପ୍ୟାକିଂ ଗଞ୍ଜେଇ ଏବଂ ୪ ଦିନ ତଳେ ଗଞ୍ଜେଇ ଛାଡ଼ିବା ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଚାଲିଥିବା ଶୁଣାଯାଉଛି ।

    ତେବେ ଅଡିଓରେ ଥିବା ଏହି ସାହେବ ଜଣକ କିଏ, ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଅଡିଓର ସତ୍ୟାସତ୍ୟ ନେଇ ପୋଲିସ ସ୍ପଷ୍ଟ କରିନି । ପ୍ରକୃତରେ ଅଡିଓ ରେକର୍ଡ କାହାର ଓ କଥା ହେଉଥିବା ବ୍ୟକ୍ତିମାନେ କିଏ? ତଦନ୍ତ କରି ଅଡିଓରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଅନ୍ୟପଟେ ଅଡିଓ ଭାଇରଲକୁ ନେଇ ବୌଦ୍ଧ SP କୌଣସି ପ୍ରତିକ୍ରିୟା ରଖି ନଥିଲେ ମଧ୍ୟ ଘଟଣା ସମ୍ପର୍କରେ ସେ ଅବଗତ ଥିବା କହିଛନ୍ତି । କୌଣସି ପୋଲିସ କର୍ମଚାରୀଙ୍କ ଲିଙ୍କ ସାମ୍ନାକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    92 %
    1kmh
    83 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ