Friday, April 3, 2026
36.1 C
Odisha

    ଜାଣନ୍ତୁ ଅଦା ଚା’ ସ୍ଵାସ୍ଥ୍ୟ ପ୍ରତି କେତେ ଉପକାରୀ

    ଆଗକୁ ପଢନ୍ତୁ

    ସାଧାରଣତଃ ଅନେକ ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି। ସେମାନଙ୍କ ଦିନ ଆରମ୍ଭ ଚା’ଠାରୁ ହୋଇଥାଏ। ଆଉ ସେ ଯଦି ଅଦା ଚା’ ହୁଏ, ତେବେ ମଜା ଦୁଇ ଗୁଣା ହୋଇଯାଏ। କାରଣ ଅଦା ଚା’ରେ ଏମିତି କିଛି ଔଷଧୀୟ ଗୁଣ ଅଛି, ଯାହା ସ୍ବାଦ ସହିତ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ। ତେଣୁ ଲୋକେ ସକାଳେ ଅଦା ଚା’ ପିଇବାକୁ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ସକାଳୁ ସକାଳୁ ଅଦା ଚା’ ପିଇବା ସ୍ଵାସ୍ଥ୍ୟ ପାଇଁ କେତେ ଉପକାରୀ :–

    ଗ୍ୟାସ୍ ଏବଂ ବଦହଜମୀ କମ କରେ : ଅଦା ଚା’ ସହିତ ଦିନ ଆରମ୍ଭ କରିବା ଦ୍ଵାରା ଆପଣଙ୍କର ହଜମ ପ୍ରକ୍ରିୟାରେ ସୁଧାର ଆସିବ। ଗ୍ୟାସ୍ ଏବଂ ବଦହଜମୀ ଭଳି ସମସ୍ୟା କମିଯିବ। ସେହିପରି ଥଣ୍ଡା, କାଶ ସମୟରେ ଅଦା ଚା’ ପିଇବାର ଲାଭ ବିଷୟରେ ତ ସମସ୍ତେ ଜାଣନ୍ତି।

    ଗଳା ସଂକ୍ରମଣ କମ୍ କରିବାରେ ସାହାଯ୍ୟ କରେ : ଅଦା ଚା’ ପିଇବା ଦ୍ଵାରା ଗଳା ସଂକ୍ରମଣ କମିବା ସହ କଫ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ଗଳା ଯନ୍ତ୍ରଣା ଦୂର କରିଥାଏ।

    ଓଜନ କମାଇଥାଏ : ଓଜନ କମାଇବା ପାଇଁ ମଧ୍ୟ ଅଦା ଚା’ ସହାୟକ ହୋଇଥାଏ। ଏହାଦ୍ଵାରା କ୍ୟାଲୋରୀ ଶୀଘ୍ର ବର୍ନ ହୋଇଥାଏ। ଏହି ଚା’ ଚିନ୍ତା ଓ ଚାପ ଆଦି ଦୂର କରିଥାଏ। ଥକ୍କାପଣ ମଧ୍ୟ ଦୂର କରେ ଅଦା ଚା’।

    ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ : ଅଦା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ମଜବୁତ କରିଥାଏ। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।

    ଏହି ଚା’କୁ ଦିନସାରା ଦୁଇରୁ ତିନି କପ୍ ଆକାରରେ ଗ୍ରହଣ କରାଯାଇପାରେ, କିନ୍ତୁ ଯଦି କାହାର ଗ୍ୟାସ୍, ଅଦୃଶ୍ୟତା କିମ୍ବା ପେଟ ସମ୍ବନ୍ଧୀୟ ଅନ୍ୟ ସମସ୍ୟା ଥାଏ, ତେବେ ଏହାକୁ କେବଳ ସୀମିତ ପରିମାଣରେ ପିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ