Wednesday, October 14, 2026
22.1 C
Odisha

    ଜାଣନ୍ତୁ କେଉଁ ସମୟରେ ଦେଖୁଥିବା ସ୍ୱପ୍ନ ନିଶ୍ଚୟ ହୁଏ ସତ

    ଆଗକୁ ପଢନ୍ତୁ

    ରାତିରେ ଦେଖୁଥିବା ସ୍ୱପ୍ନ ସତ ହେଉ କି ନହେଉ ମାତ୍ର ଭୋର ସମୟରେ ଅଥବା ବ୍ରହ୍ମ ମୁହୂର୍ତ୍ତରେ ଦେଖୁଥିବା ସ୍ୱପ୍ନ ସତ ହୋଇଥାଏ ବୋଲି ମାନ୍ୟତା ରହିଛି । ଜାଣନ୍ତୁ ଏଭଳି କିଛି ସ୍ୱପ୍ନ ବିଷୟରେ ଯାହା ଧନର ଲାଭର ସଙ୍କେତ ଦେଇଥାଏ।ସ୍ୱପ୍ନ ଶାସ୍ତ୍ର ଅନୁସାରେ ଗଭୀର ନିଦରେ ଦେଖୁଥିବା ସ୍ୱପ୍ନ ଜୀବନରେ ଅନେକ ସଙ୍କେତ ନେଇଆସିଥାଏ । ସେହିପରି ବ୍ରହ୍ମ ମୁହୁର୍ତ୍ତରେ ଦେଖୁଥିବା ସ୍ୱପ୍ନ ଧନ ଆଗମନ ସହ ଜୀବନରେ ଉନ୍ନତି ହେବାର ଅନେକ ସଙ୍କେତ ଦେଇଥାଏ ।
    ବ୍ରହ୍ମ ମୁହୂର୍ତ୍ତରେ ଦେଖୁଥିବା ସ୍ୱପ୍ନ ସତ ସହ ରାତିରେ ଦେଖୁଥିବା ସ୍ୱପ୍ନ ସତ ହୋଇନଥାଏ ବୋଲି ମାନ୍ୟତା ରହିଛି । ସ୍ୱପ୍ନଶାସ୍ତ୍ର ଅନୁଯାୟୀ, ଭୋର ୩ଟାରୁ ୫ଟା ମଧ୍ୟରେ ଦେଖୁଥିବା ସ୍ୱପ୍ନ ସତ ହୋଇଥାଏ । ଜାଣନ୍ତୁ କେଉଁ ସ୍ୱପ୍ନ ଦିଏ ଧନ ଲାଭର ସଙ୍କେତ..

    ଭୋର ସମୟରେ ସ୍ୱପ୍ନରେ ପିଲାଙ୍କୁ ହସୁଥିବା ଦେଖିବା, କିମ୍ବା ଶିଶୁ ମାନଙ୍କୁ ଖୁସି ହେଉଥିବା ଦେଖିବା ଶୁଭଙ୍କର । ଏହା ଘରେ ଧନ, ସୁଖସମୃଦ୍ଧି ବୃଦ୍ଧି ହେବାର ସଙ୍କେତ ଦେଇଥାଏ । ମା’ଲକ୍ଷ୍ମୀଙ୍କ କୃପା ଖୁବ୍‌ ଶୀଘ୍ର ମିଳିବ ବୋଲି ମଧ୍ୟ ଏହା ସଙ୍କେତ ଦିଏ।

    ଯଦି କୌଣସି ବ୍ୟକ୍ତି ବିଶେଷ ବ୍ରହ୍ମ ମୁହୂର୍ତ୍ତରେ ନଦୀରେ ନିଜକୁ ସ୍ନାନ କରୁଥିବା ଦେଖେ ଏହା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ ।

    କରଜ କିମ୍ବା ଅଟକି ରହିଥିବା ଟଙ୍କା ଖୁବ୍‌ ଶୀଘ୍ର ମିଳିବା, ପୂର୍ବରୁ ନିବେଶ କରିଥିବା ଟଙ୍କାରୁ ଲାଭ ମିଳିବା ନେଇ ଏହି ସ୍ୱପ୍ନ ସଙ୍କେତ ଦେଇଥାଏ ।

    ଚାଉଳ ବସ୍ତା କିମ୍ବା ଗଦା ହୋଇ ରହିଥିବା ଚାଉଳ ଦେଖିଲେ ଏହା ଖୁବ୍‌ ଶୀଘ୍ର ଧନୀ ହେବାର ସଙ୍କେତ ଦେଇଥାଏ । ଏହି ସ୍ୱପ୍ନ ଖୁବ୍‌ ଶୁଭ ବୋଲି କୁହାଯାଏ ।

    ନିଜକୁ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଉଥିବା ଦେଖିବା ଅର୍ଥ ଖୁବ୍‌ ଶୀଘ୍ର ଆର୍ଥିକ ସ୍ଥିତି ମଜଭୁତ ହେବା, ସଫଳତା ମିଳିବାର ଏହାର ସଙ୍କେତ ଦେଇଥାଏ ।

    ଶାସ୍ତ୍ର ଅନୁସାରେ ପାଣି ଭର୍ତ୍ତି ପାତ୍ର କିମ୍ବା କଳସ ଦେଖିବା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ । ଏହା ନିକଟ ଭବିଷ୍ୟତରେ ଧନଲାଭ ସହ ଭୂମି କିଣିବାର ମଧ୍ୟ ସଙ୍କେତ ଦେଇଥାଏ ।

    ସ୍ୱପ୍ନରେ ନିଜ ଦାନ୍ତ ଭାଙ୍ଗି ଥିବା ଦେଖିବା ଶୁଭଙ୍କର । ଏହା ଚାକିରି ଓ ବ୍ୟବସାୟରେ ସଫଳତା ମିଳିବାର ସଙ୍କେତ ଦେଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ