Monday, November 23, 2026
22.2 C
Odisha

    ଭୁଲରେ ମଧ୍ୟ ଏହି ସ୍ଥାନରେ ରଖନ୍ତୁ ନାହିଁ ଫିସ୍‌ ଆକ୍ୱାରିୟମ, ଦେଖାଦେଇପାରେ ଆର୍ଥିକ ସଙ୍କଟ

    ଆଗକୁ ପଢନ୍ତୁ

    ଅନେକ ଲୋକ ଫିସ୍‌ ଆକ୍ୱାରିୟମକୁ ଘରେ ଏକ ହବି ଭାବରେ ରଖନ୍ତି, ଯାହା ବେଳେବେଳେ ବାସ୍ତୁ ତ୍ରୁଟି ଏବଂ ଅନ୍ୟାନ୍ୟ ସମସ୍ୟାର କାରଣ ହୋଇଯାଏ । ବାସ୍ତୁ ଶାସ୍ତ୍ରରେ ମାନବ ଜୀବନରେ ଆସୁଥିବା ସମସ୍ୟାକୁ ଦୂର କରିବା ପାଇଁ ଅନେକ ସରଳ ସମାଧାନ ମିଳିଥାଏ । ଏହି ସବୁ ଜିନିଷକୁ ମାନି ଅନେକ ଲୋକ ତାଙ୍କ ଜୀବନରେ ସଫଳତା ହାସିଲ କରିପାରନ୍ତି ।  ଏହା ବ୍ୟତୀତ, ଫିସ୍‌ ଆକ୍ୱାରିୟମ୍ ରଖିବାର ସଠିକ ଦିଗ, ପଦ୍ଧତି ଏବଂ ନିୟମକୁ ମଧ୍ୟ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଯଦି ଆପଣ ଫିସ୍‌ ଆକ୍ୱାରିୟମକୁ ଘରେ ସଠିକ୍ ସ୍ଥାନରେ ରଖିବେ, ତାହେଲେ ଏହା ଆପଣଙ୍କ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆଣିପାରେ । ସେଥିପାଇଁ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ ଏବଂ ଘରର କେଉଁ ସ୍ଥାନରେ ଫିସ୍‌ ଆକ୍ୱାରିୟମକୁ ରଖିବା ଏବଂ ଏହା ଆପଣଙ୍କ ପରିବାର ପାଇଁ ସୁଖ ସମୃଦ୍ଧି ଆଣିବ ତାହା ମଧ୍ୟ ଆମେ ଜଣାଇବୁ ।
    ଶୁଭ ହୋଇଥାଏ ଘରେ ମାଛ ପାଳିବା : 
    ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଘରେ ମାଛ ରଖୁଥିବା ବ୍ୟକ୍ତି ତାଙ୍କ ଜୀବନରେ ସବୁ ବେଳେ ଆଗକୁ ଯାଇଥିନ୍ତି ଏବଂ ତାଙ୍କୁ ସଫଳତାର ନୂଆ ରାସ୍ତା ମିଳିଥାଏ ।  ତେଣୁ ଆପଣ ମଧ୍ୟ ନିଜ ଘରେ ଏକ ଫିସ୍‌ ଆକ୍ୱାରିୟମ୍ ରଖିପାରିବେ ।
    ଘରର ଏହି ଦିଗରେ ଫିସ୍‌ ଆକ୍ୱାରିୟମ୍ ରଖନ୍ତୁ :
    ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଏକ ଫିସ୍‌ ଆକ୍ୱାରିୟମ୍ ରଖିବା ପାଇଁ ସବୁଠାରୁ ଶୁଭ ଏବଂ ସର୍ବୋତ୍ତମ ସ୍ଥାନ ଉତ୍ତର-ପୂର୍ବ ଦିଗ ବୋଲି ବିବେଚନା କରାଯାଏ । ଏହି ଦିଗରେ ଏକ ଫିସ୍‌ ଆକ୍ୱାରିୟମ୍ ରଖିବା ଦ୍ୱାରା ଘରେ ଶାନ୍ତି ବଜାୟ ରହିଥାଏ ଏବଂ ଚାପଗ୍ରସ୍ତ ପରିବେଶ ଦୂର ହୋଇଥାଏ ।
    ଉନ୍ନତି ପାଇବା ପାଇଁ କଣ କରିବେ :
    ଯଦି ଆପଣଙ୍କ ଘରେ ଏକ ଫିସ୍‌ ଆକ୍ୱାରିୟମ୍ ଅଛି, ତେବେ ସମୟ ସମୟରେ ଏହାର ଜଳ ପରିବର୍ତ୍ତନ କରିବା ଅତ୍ୟନ୍ତ ଜରୁରୀ । ଏହା କରି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ଯଦି ଆପଣ ସମୟ ସମୟରେ ଜଳ ପରିବର୍ତ୍ତନ ନକରନ୍ତି, ତେବେ ଆପଣଙ୍କର ଉନ୍ନତିରେ ବାଧାପ୍ରାପ୍ତ ହେବାକୁ ଲାଗିପାରେ ।
    ଭୁଲରେ ମଧ୍ୟ ଏହି ସ୍ଥାନରେ ଫିସ୍‌ ଆକ୍ୱାରିୟମ୍ ରଖନ୍ତୁ ନାହିଁ :
    ବାସ୍ତୁ ଶାସ୍ତ୍ରରେ ଏହା ଉଲ୍ଲେଖ କରାଯାଇଛି ଯେ ଫିସ୍‌ ଆକ୍ୱାରିୟମକୁ ଭୁଲରେ ମଧ୍ୟ ରୋଷେଇ ଘରେ ରଖିବା ଉଚିତ୍ ନୁହେଁ । ଏହା ବ୍ୟତୀତ ଶୋଇବା ଘରେ ଆକ୍ୱାରିୟମ୍ ରଖିବା ମଧ୍ୟ ନିଷେଧ । ଏହା କରିବା ଦ୍ୱାରା ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    92 %
    0.2kmh
    42 %
    Mon
    28 °
    Tue
    27 °
    Wed
    27 °
    Thu
    26 °
    Fri
    26 °

    ସମ୍ବନ୍ଧିତ