Friday, April 3, 2026
39.1 C
Odisha

    ଜାଣନ୍ତୁ ନଡ଼ିଆ ପାଣିର ଉପକାରିତା

    ଆଗକୁ ପଢନ୍ତୁ

    ନଡ଼ିଆ ପାଣିର ସ୍ୱାଦ ଭାରି ମିଠା। ଏହା ଆମ ଶରୀର ପାଇଁ ଖୁବ୍ ହିତକାରକ। ଏହାକୁ ଛୋଟ ଠାରୁ ବଡ଼ ସବୁ ବୟସ୍କର ଲୋକେ ପସନ୍ଦ କରିଥାନ୍ତି। ବର୍ଷର ସବୁ ସମୟରେ ଏହାର ଆବଶ୍ୟକତା ଥାଏ। ହେଲେ ଖରା ଦିନେ ଏହାର ଚାହିଦା ଖୁବ୍ ବଢ଼ିଯାଇଥାଏ।
    ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ –

    ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ । ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ ।

    ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।

    ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ । ନଡ଼ିଆ ପାଣି ପିଇବାଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ ।

    ବିଶେଷ କରି ସକାଳେ ନଡ଼ିଆ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ ।

    ନଡ଼ିଆ ପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ । ଆମ ଶରୀରରେ ବୃକକ୍‌କୁ ସୁସ୍ଥ ରଖେ ନଡ଼ିଆ ପାଣି।

    ନଡ଼ିଆ ପାଣି ପିଇଲେ ୟୁରିନ ଇନଫେକ୍ସନ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ୍‌ ଥାଏ ।

    ନଡ଼ିଆ ପାଣି ଆମ ତ୍ୱଚାକୁ ମସୃଣ ଓ ଉଜ୍ଜଳ ରଖିଥାଏ ।
    କିଛି ଲୋକ ନଡ଼ିଆ ପାଣିରେ ଅଣ୍ଡା ଭିତରେ ଥିବା ଧଳା ଅଂଶକୁ ମିଶାଇ ପିଇଥାନ୍ତି । କାରଣ ଅଣ୍ଡାର ଧଳା ଅଂଶରେ ଅଧିକ ପ୍ରୋଟିନ ଓ କ୍ୟାଲସିୟମ ଭରପୂର ହୋଇ ରହିଥାଏ । ନଡ଼ିଆ ପାଣିରେ ଖଣିଜ ଲବଣ ଥାଏ । ଏହାକୁ ମିଶାଇ ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ