Wednesday, February 18, 2026
27.8 C
Odisha

    ଜାଣନ୍ତୁ ପାନମଧୁରୀ ଚା’ ର ଔଷଧୀୟ ଗୁଣ

    ଆଗକୁ ପଢନ୍ତୁ

    ଆମ ରୋଷେଇ ଘରେ ଏମିତି ଅନେକ କିଛି ଜିନିଷ ରହିଛି ଯାହା ଆମ ପାଇଁ ଖୁବ୍ ଲାଭଦାୟକ । ଅନେକ ରୋଷେଇ ସାମଗ୍ରୀ ଆମର ସ୍ବାସ୍ଥ୍ୟଗତ ସମସ୍ୟାକୁ ଚୁଟକିରେ ଦୂର କରିଥାଏ । ସେହି ସବୁ ମଧ୍ୟରୁ ପାନମଧୁରୀ ଅନ୍ୟତମ । ପାନମଧୁରୀରେ ବହୁ ଔଷଧୀୟ ଗୁଣ ରହିଛି । ଯାହା ଆମ ଶରୀର ପାଇଁ ପ୍ରଭାବଶାଳୀ ହୋଇଥାଏ । ଆଚାରଠାରୁ ଆରମ୍ଭ କରି ମାଉଥ୍ ଫ୍ରେସନର୍ ଭାବେ ପାନମଧୁରୀ ଲୋକେ ଖାଇଥାନ୍ତି । ଯାହା ପାଟି ଦୁର୍ଗନ୍ଧଠାରୁ ଦୂରରେ ରଖେ । ଏଣୁ ପ୍ରାୟତଃ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି । ପାନମଧୁରୀରେ କପର, ପୋଟାସିୟମ୍, କ୍ୟାଲସିୟମ୍, ଜିଙ୍କ୍, ମାଙ୍ଗାନିଜ୍, ଆଇରନ୍, ସେଲେନିୟମ୍, ମ୍ୟାଗ୍ନେସିୟମ୍ ସହ ଆଣ୍ଟି ଇନଫ୍ଲାମେଟୋରୀ, ଆଣ୍ଟି ମାଇକ୍ରୋବିୟଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ପ୍ରଚୁର ପରିମାଣରେ ରହିଛି । ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ କରିଥାଏ ।

    ସାଧାରଣତଃ ପାନମଧୁରୀ ଏବଂ ଏହାର ପାଣି ଲାଭକାରୀ ହୋଇଥାଏ ବୋଲି ଆମେ ଜାଣିଛେ । ସେହିପରି ଏହି ପାନମଧୁରୀର ଚା’ ମଧ୍ୟ ଆମ ଶରୀର ପାଇଁ ଫଳପ୍ରଦ ହୋଇଥାଏ । ବିଶେଷ କରି ଓଜନ କମାଇବାକୁ ଚାହୁଁଥିବା ଲୋକମାନେ ପାନମଧୁରୀର ଚା’ ପିଇପାରିବେ । ପାନମଧୁରୀ ଚା’ ଅନେକ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ । ଏହା ଥକାପଣ ଭଳି ସମସ୍ୟାକୁ ମଧ୍ୟ ରୋକିବାରେ ସହାୟକ କରେ । ତେବେ ଆସନ୍ତୁ ଏହି ପାନମଧୁରୀ ଚା’ ପିଇବାର ଲାଭ ସମ୍ପର୍କରେ ଜାଣିବା ।

    ପେଟ ଦରଜ ଏବଂ ଗ୍ୟାସରୁ ମୁକ୍ତି : ପାନମଧୁରୀରେ ଆନେଥୋଳ ଭଳି ତତ୍ତ୍ବ ରହିଛି । ଯାହା ପେଟ ମାଂସପେଶୀକୁ ଆରାମ ଦେଇଥାଏ । ଏହା ତୁରନ୍ତ ଅନ୍ତନଳୀ ସମସ୍ୟାରୁ ମଧ୍ୟ ମୁକ୍ତି କରିଥାଏ । ଖାଇବା ପରେ ଭାରୀ ଅନୁଭବ ହେଉଥିଲେ ଏହାକୁ ଆପଣମାନେ ଖାଇପାରିବେ । ମହିଳାମାନଙ୍କ ପିରିୟଡର୍ସ ପାଇଁ ଏହା ମଧ୍ୟ ଏକ ଉତ୍ତମ ଉପଚାର ।

    ଥକ୍କାପଣ ଏବଂ ଆଳସ୍ୟ ଦୂର କରେ : ପାଚନ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ ପାନମଧୁରୀର ଚା’ ପିଅନ୍ତୁ । ପାନମହୁରୀ ଚା’ ପିଇବା ଦ୍ବାରା ମେଟାବୋଲିଜିମ ବୃଦ୍ଧି ପାଇଥାଏ । ଯାହା ଆପଣଙ୍କୁ ତୁରନ୍ତ ଶକ୍ତି ପ୍ରଦାନ କରେ । ଥକ୍କାପଣ ଏବଂ ଆଳସ୍ୟ ଦୂର କରିବା ପାଇଁ ଖୁବ୍ ପ୍ରଭାବଶାଳୀ । ଏହା ଆଣ୍ଟିଅକ୍ସିଡାଣ୍ଟ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଆପଣଙ୍କୁ ହାଲୁକା ଅନୁଭବ କରାଇଥାଏ ।

    ଓଜନ ହ୍ରାସ କରେ : ବର୍ତ୍ତମାନ ସମୟରେ ୱେଟଲସ୍ ଉପରେ ସମସ୍ତେ ଗୁରୁତ୍ବ ଦେଉଛନ୍ତି । ଯଦି ଆପଣ ଓଜନ କମାଇବାକୁ ଚାହାଁନ୍ତି ତେବେ ଏହି ସମସ୍ୟା ପାଇଁ ପାନମଧୁରୀ ଚା’ ବେଷ୍ଟ ହୋଇଥାଏ । ଯାହାକୁ ପିଇବା ଦ୍ବାରା ଭୋକକୁ କମାଇଥାଏ । ଏଥିସହ ଅନାବଶ୍ୟକ କ୍ୟାଲୋରୀ ଗ୍ରହଣରୁ ମଧ୍ୟ ମୁକ୍ତି ଦେଇଥାଏ । ଯାହା ଶରୀରରୁ ବିଷାକ୍ତି ପଦାର୍ଥ ବାହାର କରି ଓଜନ କମ୍ କରିବାର ଯାତ୍ରାକୁ ସହଜ କରିଦେଇଥାଏ ।

    ଶ୍ବାସକ୍ରିୟାକୁ ଠିକ୍ ରଖେ : ପାନମହୁରିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି । ଯାହା ଫୁସଫୁସ ଏବଂ ଶ୍ୱାସକ୍ରିୟା ପାଇଁ ଭଲ ବୋଲି ପ୍ରମାଣିତ ହୋଇଛି । କଫ, କାଶ ହେବା ଦ୍ବାରା ଶ୍ବାସଜନିତ ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଚା’ ପିଇବା ଫଳରେ ଏହି ସବୁ ସମସ୍ୟାରୁ ରକ୍ଷା କରିଥାଏ । ଏହା ଆସ୍ଥମା ଭଳି ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ ।

    ସ୍କିନ୍ ସମସ୍ୟାରେ ଉନ୍ନତି : ପାନମଧୁରୀ ଚା’ ଖାଲି ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ସ୍କିନ୍ ପାଇଁ ମଧ୍ୟ ବହୁ ଫଳପ୍ରଦ ହୋଇଥାଏ । ଯଦି ଆପଣଙ୍କର କିଛି ସ୍କିନ୍ ସମସ୍ୟା ଦେଖାଦେଉଛି ତେବେ ଆପଣ ନିଶ୍ଚିତ ଭାବରେ ଏହାକୁ ପିଇପାରିବେ  । ଯାହା ଆପଣଙ୍କ ସ୍କିନ୍ ସମସ୍ୟାରୁ ଉପଶମ ଦେବ । ଉଜ୍ଜଳ ତ୍ୱଚା ପାଇଁ ପାନମଧୁରୀ ଚା’ ବେଶ୍ ଉପଯୋଗୀ । ଏହାକୁ ଖାଇବା ଦ୍ବାରା ତ୍ୱଚାରେ ଜମା ହୋଇଥିବା ମଇଳାକୁ ବାହାର କରି ଚେହେରାରେ ଗ୍ଲୋ ଆଣିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.8 ° C
    27.8 °
    27.8 °
    34 %
    1kmh
    0 %
    Wed
    33 °
    Thu
    34 °
    Fri
    35 °
    Sat
    37 °
    Sun
    36 °

    ସମ୍ବନ୍ଧିତ