Friday, March 27, 2026
29.9 C
Odisha

    ଜାମ୍ମୁ-କାଶ୍ମୀର ବରଫ ଘେରରୁ ୧୨ ପର୍ଯ୍ୟଟକ ଉଦ୍ଧାର

    ଆଗକୁ ପଢନ୍ତୁ

    ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସମତଳ ଅଞ୍ଚଳରେ ଚଳିତ ସିଜିନର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। କାଶ୍ମୀରର ଉପରିଭାଗରେ ପୂର୍ବରୁ ତୁଷାରପାତ ହୋଇସାରିଥିବାବେଳେ ବର୍ତ୍ତମାନ ସମଗ୍ର କାଶ୍ମୀର ଉପତ୍ୟକା ଶୀତକାଳୀନ ଅବସର ବିନୋଦନ କେନ୍ଦ୍ର ପାଲଟିଛି। ଗୁରୁବାର ସନ୍ଧ୍ୟାରୁ ସମତଳ ଅଞ୍ଚଳରେ ସ୍ବାଭାବିକ ତୁଷାରପାତ ହୋଇଥିବାବେଳେ ଏହା ଆଉ ଦୁଇଦିନ ବଳବତ୍ତର ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତୁଷାରପାତ ସାଙ୍ଗକୁ ଅଳ୍ପ ପରିମାଣର ବର୍ଷା ହୋଇପାରେ ବୋଲି ମଧ୍ୟ ଆକଳନ କରାଯାଇଛି। ପୀର ପାଞ୍ଜାଲ, ଚେନାବ ଉପତ୍ୟକା ଏବଂ ଦକ୍ଷିଣ କାଶ୍ମୀରରେ ବରଫଝଡର ସମ୍ଭାବନା ରହିଛି। ପ୍ରବଳ ପବନ ସାଙ୍ଗକୁ ତୁଷାରପାତ ଘଟିଥିବାରୁ କାଶ୍ମୀର ଉପତ୍ୟକାର କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇପଡିଥିବାବେଳେ କ୍ଷୟକ୍ଷତି ମଧ୍ୟ ଘଟିଛି। ରାସ୍ତାରେ ବରଫ ଜମିଥିବାରୁ ପର୍ଯ୍ୟଟକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

    ଅପରପକ୍ଷରେ ପ୍ରବଳ ତୁଷାରପାତ ଯୋଗୁଁ ଫସିଥିବା ୧୨ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବସନ୍ତଗଡର ଛୋଚ୍ରୁ ଗଲ୍ଳା ଅଞ୍ଚଳରେ କେତେକ ଲୋକ ବରଫରେ ଫସିଥିବା ନେଇ ଉଦ୍ଦମପୁର ପୁଲିସକୁ ସୂଚନା ମିଳିଥିଲା। ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ତିନି ଘଣ୍ଟା ପରିଶ୍ରମ କରିବାପରେ ୧୨ ଜଣଙ୍କୁ ଉଦ୍ଧାର କରିପାରିଛନ୍ତି। ପାହାଡିଆ ଅଞ୍ଚଳରୁ ତଳକୁ ଆସିବାପରେ ଏମାନଙ୍କୁ ଖାଦ୍ୟ,ପାନୀୟ ଯୋଗାଇ ଦିଆଯାଇଥିବାବେଳେ ଡାକ୍ତରୀ ସହାୟତା ପ୍ରଦାନ କରାଯାଇଛି। ବର୍ଷା ଓ ତୁଷାରପାତ ଯୋଗୁଁ ଉଦ୍ଧମପୁର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    36 %
    3.8kmh
    87 %
    Fri
    29 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ