Wednesday, October 14, 2026
22.4 C
Odisha

    ଜିଓ ଆଣିପାରେ କମ୍ ଦାମରେ ଇଲେକଟ୍ରିକ ସାଇକେଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଏଣିକି ରାସ୍ତାରେ ଦୌଡ଼ିବ ଇଲେକଟ୍ରିକ ସାଇକେଲ। କମ୍ ଖର୍ଚ୍ଚରେ ଅଧିକ ବାଟ। ନା ଥିବ ତେଲ ପକାଇବାର ଚିନ୍ତା। ନାଁ ପେଟ୍ରୋଲ ପମ୍ପ ଯିବାର ଟେନସନ୍। ଥରେ ଚାର୍ଜ କରିବେ ଆଉ ୮୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିବେ। ଏହି ଇଲେକଟ୍ରିଲ ସାଇକେଲ ଆସିବା ପରେ ଲୋକେ ବାଇକ୍ ଚଲାଇବା ବି ଭୁଲିଯିବେ। କାରଣ କମ୍ ଟଙ୍କାରେ ଅଧିକ ସୁବିଧା। ଥରେ ଟଙ୍କା ଖର୍ଚ୍ଚ କରିବେ। ଆଉ ବର୍ଷ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବେ। ଆଉ ଏହି ସାଇକେଲର ଦାମ୍ ବି ବେଶୀ ନୁହଁ। ମାତ୍ର ୨୫ରୁ ୩୫ ହଜାର ଟଙ୍କା।

    ଇଲେକଟ୍ରିକ ସାଇକେଲ୍ ର ଚର୍ଚ୍ଚା ଏବେ ସବୁଠି। କେବେ ଆସିବ ମାର୍କେଟକୁ। ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି। ଏଯାଏଁ ଏହି ଇଲେକଟ୍ରିକ ସାଇକେଲ୍ ମାର୍କେଟକୁ ଆସିନାହିଁ। ଏପରି ଏକ ସାଇକେଲ୍ ମାର୍କେଟକୁ ଆସିବା ନେଇ ଚର୍ଚ୍ଚା ହେଉଛି।ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ଜିଓ ନିଜର ଇଲେକ୍ଟ୍ରିକ୍ ବାଇ-ସାଇକେଲ୍ ଲଞ୍ଚ କରିପାରେ ବୋଲି ଚର୍ଚ୍ଚା ହେଉଛି। ଯାହା ଖୁବ କମ ଦରରେ ମିଳିବା ସହ ଅଧିକ ରେଞ୍ଜ ଓ ଅଧିକ ଫିଚରରେ ଲଞ୍ଚ ହେବ। ଏହି ସାଇକଲ ସହାୟତାରେ ଜିଓ EV ବଜାରରେ ପ୍ରବେଶ କରିବାକୁ ଯାଉଛି ବୋଲି ଜଣା ପଡିଚି। ତେବେ ଏନେଇ କମ୍ପାନୀ ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଗଣମାଧ୍ୟମରେ ଏହା ଚର୍ଚ୍ଚା ହେଉଛି। ସାଇକଲରେ ଅନେକ ଫିଚର ରହିବ। ଯେପରି ଏହା ଗୋଟିଏ ଚାର୍ଜିଂରେ ୮୦ ରୁ ୧୦୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ। ଏଥିରେ GPS ଟ୍ରାକିଂ, ସ୍ମାର୍ଟ କନେକ୍ଟିଭିଟି, ରିଭର୍ସ ମୋଡ୍ ଭଳି ଆଧୁନିକ ଫିଚର ରହିବ।

    ସେହିପରି ଏହି ସାଇକଲଟି ସମ୍ପୂର୍ଣ୍ଣ ଓ୍ବାଟର ପ୍ରୁଫ ମଧ୍ୟ ରହିବ। ଏହି ସାଇକଲରେ ଏକ ଲିଥିୟମ ଆୟନ ବ୍ୟାଟେରୀ ଲାଗିଥିବା ବେଳେ ଏହା ମାତ୍ର ୩ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ। ସ୍ପୋର୍ଟି ଏବଂ ଷ୍ଟାଇଲିସ୍ ଡିଜାଇନ୍ ବିଶିଷ୍ଟ ଏହି ସାଇକେଲରେ ଏକ ଶକ୍ତ ଷ୍ଟିଲ୍ ଫ୍ରେମ୍ ସହ ଆରାମଦାୟକ ସିଟ୍ ରହିବ। ଏହାସହ ଏଥିରେ LED ଲାଇଟ୍ ଏବଂ ଡିଜିଟାଲ୍ ଡିସ୍ପ୍ଲେ ମଧ୍ୟ ରହିବ। ଯାହା ଏହାକୁ ଅଧିକ ଆକର୍ଷଣୀୟ ଲୁକ୍ ଦେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ