Friday, July 18, 2025
24.3 C
Odisha

    ଜୀବନ ହରିଲେ JE, କ୍ବାର୍ଟର୍ସରୁ ମିଳିଲା ମୃତଦେହ

    ଆଗକୁ ପଢନ୍ତୁ

    କଟକ : କଟକ ଜିଲ୍ଲା ନରସିଂହପୁର ବ୍ଲକ କଲୋନୀରୁ ଆଜି ସକାଳୁ ଯନ୍ତ୍ରୀ ଅଜୟ ସାମଲଙ୍କ ମୃତଦେହ ଉଦ୍ଧାର ହୋଇଛି । କେଉଁ କାରଣରୁ ସେ ଏପରି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନାହିଁ ।

    ସୂଚନାନୁସାରେ ଶନିବାର ପୂର୍ବାହ୍ନରେ ଅଜୟ ରହୁଥିବା ବ୍ଲକ କଲୋନୀର ସରକାରୀ ବାସଭବନରୁ ତାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ବ୍ଲକର ସାଗର, ଅଲରା ଓ କାଞ୍ଜିଆପଦା ପଂଚାୟତ ଦାୟିତ୍ବରେ ଥିଲେ ଯନ୍ତ୍ରୀ ଅଜୟ ସାମଲ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛି । ଏହା ସହିତ ସ୍ଥାନୀୟ ତହସିଲଦାରଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛନ୍ତି । କେଉଁ ପ୍ରକାର ଚାପର ବଶବର୍ତ୍ତୀ ହୋଇ ଯନ୍ତ୍ରୀ ଜୀବନ ହାରିଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ନରସିଂହପୁର ପୋଲିସ, ତହସିଲଦାର ପ୍ରମୁଖ ଉପସ୍ଥିତ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    95 %
    1.8kmh
    100 %
    Thu
    24 °
    Fri
    33 °
    Sat
    32 °
    Sun
    29 °
    Mon
    30 °

    ସମ୍ବନ୍ଧିତ