Wednesday, March 4, 2026
34.8 C
Odisha

    ଜୁନ୍ ସୁଦ୍ଧା ୨୪ ନୂଆ NAC ଓ ପୌର ନିର୍ବାଚନ, ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜୁନ୍ ସୁଦ୍ଧା ୨୪ ନୂଆ NAC ଓ ପୌର ନିର୍ବାଚନ । ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି । ନୂଆ ୨୪ଟି ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ । ପୌରାଞ୍ଚଳ ଘୋଷଣାର ୬ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । ଗତ ଡିସେମ୍ବର ମାସରେ ରାଜ୍ୟସରକାର ୨୪ଟି ନୂଆ NAC ଓ ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ଜୁନ୍ ସୁଦ୍ଧା ସେସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ ।

    ଏସମ୍ପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢୀ ଚିଠି ଲେଖି ଅବଗତ କରିଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜ୍ୟ ନିର୍ବାଚନ କମିସନର । ୧୪ ଜିଲ୍ଲାର ଘୋଷିତ ୨୪ଟି NACରେ ସୀମା ପୁନଃନିର୍ଦ୍ଧାରଣ ମାର୍ଚ୍ଚ ସୁଦ୍ଧା ସରିବ । ପରେ ଆସନ ସଂରକ୍ଷଣ କାମ ଶେଷ ହୋଇ ନିର୍ବାଚନ ପ୍ରକିୟା ଆରମ୍ଭ ହେବ। ଜୁନ୍ ଶେଷ ସୁଦ୍ଧା ସମସ୍ତ ନୂତନ NACରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନକୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ କରିବା ଲାଗି ସମସ୍ତ ପଦକ୍ଷେପ ନେବାକୁ ରାଜ୍ୟ ନିର୍ବାଚନ କମିଶନା ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.8 ° C
    34.8 °
    34.8 °
    11 %
    3.5kmh
    3 %
    Wed
    34 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ