Monday, April 13, 2026
28.8 C
Odisha

    ଜେଇଇ (ଆଡ୍‌ଭାନ୍ସଡ୍‌) ମାମଲାରେ ସୁପ୍ରିମ୍‌କୋର୍ଟ ରାୟ: ବାଦ୍ ପଡ଼ିଥିବା ପ୍ରାର୍ଥୀ ପରୀକ୍ଷା ଦେଇପାରିବେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଜେଇଇ (ଆଡ୍‌ଭାନ୍ସଡ୍‌) ପାଇଁ ପ୍ରୟାସ ସଂଖ୍ୟା ୩ରୁ ୨କୁ ହ୍ରାସ କରିବା ପାଇଁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ତେବେ  ନଭେମ୍ବର ୫ରୁ ୧୮, ୨୦୨୪ ମଧ୍ୟରେ ବାଦ୍ ପଡ଼ିଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କେ ପରମେଶ୍ୱର ଯୁକ୍ତି ବାଢ଼ିଥିଲେ, ପ୍ରଥମେ ୩ଟି ପ୍ରୟାସକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ତେର ଦିନ ମଧ୍ୟରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା, ଯାହା ମନମୁଖି। ଯୁଗ୍ମ ଆଡ୍‌ମିସନ ବୋର୍ଡ (ଜେଏବି) ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କର୍ତ୍ତୃପକ୍ଷଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ରେଗୁଲାର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ବିଟେକ୍ ପାଠ୍ୟକ୍ରମ ପରିବର୍ତ୍ତେ ଜେଇଇ ପରୀକ୍ଷା ଉପରେ ଧ୍ୟାନ ଦେଉଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

    ଏହି ଯୁକ୍ତି ଶୁଣିବା ପରେ ଜଷ୍ଟିସ୍ ବିଆର୍ ଗବାଇ ଓ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ନଭେମ୍ବର ୫, ୨୦୨୪ରେ ଏକ ପ୍ରେସ୍ ବିଜ୍ଞପ୍ତିରେ ଛାତ୍ରଛାତ୍ରୀମାନଙ୍କୁ ସ୍ପଷ୍ଟ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ୨୦୨୩, ୨୦୨୪ ଓ ୨୦୨୫ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଜେଇଇ (ଆଡ୍‌ଭାନ୍ସଡ୍) ପାଇଁ ଯୋଗ୍ୟ ହେବେ। ଯଦି ଛାତ୍ରଛାତ୍ରୀମାନେ ଏହି ପ୍ରତିଶ୍ରୁତି ଅନୁଯାୟୀ ପରେ ପରୀକ୍ଷା ଦେଇପାରିବେ ବୋଲି ଭାବି ପାଠ୍ୟକ୍ରମରୁ ଓହରି ଯାଇଥାନ୍ତି, ତେବେ ୨୦୨୪ ନଭେମ୍ବର ୧୮ତାରିଖରେ ଏହି ପ୍ରତିଶ୍ରୁତିର ପ୍ରତ୍ୟାହାର ସେମାନଙ୍କ ପାଇଁ କ୍ଷତିକାରକ ହେବ। ତେଣୁ ନଭେମ୍ବର ୫, ୨୦୨୪ରୁ ନଭେମ୍ବର ୧୮, ୨୦୨୪ ମଧ୍ୟରେ ପାଠ୍ୟକ୍ରମରୁ ଓହରିଯାଇଥିବା ଓ ବାଦ୍ ପଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଜେଇଇ (ଆଡ୍‌ଭାନ୍ସଡ୍‌) ପାଇଁ ପଞ୍ଜୀକରଣ କରିବାକୁ ଅନୁମତି ଦିଆଯିବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ