Friday, July 10, 2026
30.9 C
Odisha

    ହୀରାକୁଦର ୧୦ଟି ଗେଟ ଦେଇ ଜଳ ନିଷ୍କାସନ

    ଆଗକୁ ପଢନ୍ତୁ

    ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୦ ଗେଟ । ଗତକାଲି ସକାଳେ ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଖୋଲା ଯାଇଥିଲା । ନିର୍ଦ୍ଦେଶ ଆସିବା ପରେ ଆଉ ୬ଟି ଗେଟ୍ ଖୋଲିଛି । ଏବେ ବାମ ପାର୍ଶ୍ବର ୭ଟି ଗେଟ୍ ଓ ଡାହାଣ ପାର୍ଶର ୩ଟି ଗେଟ୍ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଉଛି ।

    ସେପଟେ ଜିଲ୍ଲାର ଅନେକ ସ୍ଥାନ ମହାନଦୀ କୂଳରେ ଥିବାରୁ ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ତତ୍ପର ରହିଛି । ଏନେଇ ସମସ୍ତଙ୍କୁ ସତର୍କ କରାଯାଇଥିବା ବେଳେ ଜିଲ୍ଲାପାଳ ମାନେ ସତର୍କ ଅଛନ୍ତି । ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜଲ୍ଲାପାଳ ନିଜ ନିଜ ଜିଲ୍ଲାରେ ତଳିଆ ଅଂଚଳ ଗୁ଼ଡିକରେ ସତର୍କ କରାଉଛନ୍ତି । ରେଙ୍ଗାଳି, ସାଳନ୍ଦୀ, ମାଛକୁଣ୍ଡ ଆଦି ପ୍ରମୁଖ ଡ୍ୟାମରେ ନାହିଁ ଅଧିକ ପାଣି । ଲାଇଭ ଷ୍ଟୋରେଜ ଅଧିକ ନଥିବାରୁ ପାଣି ଏବେ ଛଡ଼ାଯିବ ନାହିଁ । ଆଗକୁ ଭଲ ବର୍ଷା ନହେଲେ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ ।. ଏହା ସହ ହୀରାକୁଦ ଡ୍ୟାମ୍ ଅଞ୍ଚଳରେ ନୋ ଫ୍ଲାଇଂ ଜୋନ୍ ଘୋଷଣା ହୋଇଛି । ବନ୍ୟାଜଳ ଦେଖିବା ପାଇଁ ହୀରାକୁଦ ତଥା ମହାନଦୀରେ ଲୋକଙ୍କ ଭିଡ ଲାଗିଥିଲା । ଲୋକେ ବିଭିନ୍ନ ସ୍ଥାନରୁ ଆସି ଜଳଫୁଆରର ମଜା ନେଇଛନ୍ତି । ହେଲେ ପାଖକୁ ଯିବାକୁ ବାରଣ ଥିବାରୁ, ଏକ କିଲୋମିଟର ଦୂରରେ ରହି ବନ୍ୟାଜଳ ନିଷ୍କାସନ ଦୃଶ୍ୟ ଦେଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.9 ° C
    30.9 °
    30.9 °
    65 %
    3.2kmh
    100 %
    Fri
    31 °
    Sat
    28 °
    Sun
    24 °
    Mon
    27 °
    Tue
    26 °

    ସମ୍ବନ୍ଧିତ