ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନ ବନ୍ଦର ପରିସର ବାହାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ବିମାନବନ୍ଦରର ତେଲ ଡିପୋ ନିକଟରେ, ଯେଉଁଠାରେ ବିମାନ ପାଇଁ ପେଟ୍ରୋଲ୍ ଷ୍ଟକ୍ ରୁହେ, ସେଠାରୁ ନିଆଁ ଆରମ୍ଭ ହୋଇଥିଲା । ଏହି ଡିପୋରେ ପେଟ୍ରୋଲ୍ ଭଳି ଜ୍ବଳନଶୀଳ ପଦାର୍ଥ ଥିବାରୁ ରହିଛି । ଅତି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଅଗ୍ନିକାଣ୍ଡ ଯୋଗୁଁ ବିମାନ ବନ୍ଦରର ମୁଖ୍ୟ ପ୍ରବେଶ ପଥ ଆଡକୁ ନିଆଁ ବ୍ୟାପିବାରେ ଲାଗିଛି । ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚି ନାକେଦମ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବିଭାଗର ୨ଟି, ବିମାନ ବନ୍ଦରର ୨ଟି ଏବଂ ବେଦାନ୍ତର ଗୋଟିଏ ସମେତ ମୋଟ ୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ନିଆଁ ଜଳୁଛି ଏବଂ ନିଆଁ ଲିଭା କାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ସୂଚନା ମିଳିଛି ।
