Sunday, April 5, 2026
25.5 C
Odisha

    ଟିଟିଆଇର ଆଧୁନିକୀକରଣ କଲା ଓମ୍ବାଡସି, ଅତ୍ୟାଧୁନିକ ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର

    ଆଗକୁ ପଢନ୍ତୁ

    ବାରିପଦା: ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏଥିପାଇଁ ଓଡ଼ିଶାର ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ଆଇଟିଆଇ ଏବଂ ପଲିଟେକନିକ୍ କଲେଜର ଆଧୁନିକୀକରଣ ଓ ଭିତ୍ତିଭୂମି ସଦୃଢ଼ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଓମ୍ବାଡସି ପାଣ୍ଠି ସହାୟତାରେ ବାରିପଦାସ୍ଥିତ ବୈଷୟିକ ତାଲିମ ଅନୁଷ୍ଠାନ (ଟିଟିଆଇ) ନୂଆ ରୂପ ପାଇବା ଫଳରେ ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରକୁ ନୂଆ ଉଡ଼ାଣ ଦେଇ ପାରୁଛନ୍ତି।ଓଡ଼ିଶାର ଏକ ପ୍ରମୁଖ ଆଦିବାସୀ ବହୁଳ ଜିଲ୍ଲା ହେଉଛି ମୟୁରଭଞ୍ଜ । ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କରିବା ଲକ୍ଷ୍ୟରେ ୧୯୫୭ରେ ବାରିପଦାର ତକତପୁରଠାରେ ଟିଟିଆଇ ସ୍ଥାପନ କରାଯାଇଥିଲା। ଓଡ଼ିଶାର ଏହି ପୁରାତନ ଶିକ୍ଷା ଓ ତାଲିମ ଅନୁଷ୍ଠାନରେ ବର୍ତ୍ତମାନ ୧୬ଟି ଟ୍ରେଡରେ ପାଠ୍ୟକ୍ରମ ରହିଛି। ଫଳରେ ମୟୂରଭଞ୍ଜ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରକୁ ଆସି ତାଲିମ ନେବା ପାଇଁ ଆଗ୍ରହ ଦେଖାଉଛନ୍ତି।

    ସେହିପରି ଟିଟିଆଇ ପରିସରରେ ଅତ୍ୟାଧୁନିକ ସିଏନସି ମିଲିଂ ଏବଂ ଟର୍ଣ୍ଣିଂ ଲ୍ୟାବ୍ ସ୍ଥାପନ କରାଯାଇଛି। ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥାରେ ବ୍ୟବହୃତ ମେସିନ ଏଠାରେ ଥିବାରୁ ଛାତ୍ରଛାତ୍ରୀମାନେ ହ୍ୟାଣ୍ଡ୍ସ-ଅନ୍-ପ୍ରାକ୍ଟିସର ସୁବିଧା ପାଇପାରୁଛନ୍ତି।

    ‘‘ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଯୁବପିଢ଼ିଙ୍କ ଦକ୍ଷତାକୁ ଶାଣିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଓମ୍ବାଡସି ସହାୟତାରେ ଟିଟିଆଇରେ ଯେଉଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ତା’ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେଉଛନ୍ତି। ରୋବୋଟିକ୍ ଓ ଭର୍ଚୁଆଲ ୱେଲ୍ଡିଂ ସିମୁଲେଟର୍ସ ସହିତ ସିଏନସି ଲ୍ୟାବ୍ ହେବା ଫଳରେ ଛାତ୍ରଛାତ୍ରୀମାନେ ଶିଳ୍ପ ଉପଯୋଗୀ ତାଲିମ ପାଇପାରୁଛନ୍ତି। ଏହା ସେମାନଙ୍କ କ୍ୟାରିୟରକୁ ଆଗକୁ ନେବାରେ ସହାୟକ ହେଉଛି,’’ କହିଛନ୍ତି ଟିଟିଆଇର ଅଧ୍ୟକ୍ଷ କନ୍ଦନ ମାଝୀ।

    ଏହି ଅତ୍ୟାଧୁନିକ ଲାବୋରେଟୋରିରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦକ୍ଷ ପ୍ରଶିକ୍ଷକମାନଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କୁ ‘ଟ୍ରେନିଂ ଅଫ୍ ଟ୍ରେନର’ କାର୍ଯ୍ୟକ୍ରମ ଜରିଆରେ ତାଲିମ ଦିଆଯାଇ ସେମାନଙ୍କ ଦକ୍ଷତା ବିକାଶ କରାଯାଉଛି। ସେହିପରି ଏହି ଲ୍ୟାବରେ ସ୍ୱଳ୍ପକାଳୀନ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ବିଭିନ୍ନ ବ୍ୟାଚରେ ତାଲିମ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ କମ୍ପାନିରେ ନିଯୁକ୍ତି ପାଉଛନ୍ତି। ବର୍ତ୍ତମାନ ସାରା ବିଶ୍ୱରେ ଅକ୍ଷୟ ଶକ୍ତି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଓମ୍ବାଡସି ସହାୟତାରେ ଟିଟିଆଇରେ ୫୦ କିଲୋୱାଟ୍ ବିଶିଷ୍ଟ ‘ରୁଫ୍ ଟପ୍ ଅନ୍ ଗ୍ରୀଡ୍ ସୋଲାର’ ବ୍ୟବସ୍ଥା କରାଯାଇଛି। ଶକ୍ତି ସଞ୍ଚୟ ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି।

    ଓମ୍ବାଡସି ସହାୟତାରେ ଟିଟିଆଇ ପରିସରରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ହେବା ଫଳରେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରୁ ଦକ୍ଷ ଯୁବ ମାନବ ସମ୍ବଳ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି। ଏଠାରୁ ତାଲିମ ନେଇ ଯୁବପିଢ଼ି ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଉଛନ୍ତି। ଫଳରେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ