ଆଉ ଦିନକ ପରେ ଆରମ୍ଭ ହେବ ଟି୨୦ ବିଶ୍ବକପ । ଟି୨୦ ବିଶ୍ବକପ ଜିତି ଭାରତୀୟ ଟିମ୍ ଇତିହାସ ରଚିପାରେ । ଆଜି ଯାଏଁ କୌଣସି ଆୟୋଜକ ଦେଶ ବିଶ୍ବକପ ଜିତିପାରିନାହିଁ । ଭାରତୀୟ ଟିମ୍ ୱାର୍ମ ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ହରାଇଛି । ଏହାପରେ ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆର କୋଚ୍ ଗୌତମ ଗମ୍ଭୀର ମୁମ୍ବାଇ ସ୍ଥିତ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଛନ୍ତି । ବାପ୍ପାଙ୍କ ଦର୍ଶନ କରିବା ସହିତ ଟିମ୍ ଇଣ୍ଡିଆର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି ।
୨୦୨୪ରୁ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ଏହାପରେ ତାଙ୍କ କୋଚିଂରେ ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତିଥିଲା । ଏହାପରେ ଏସିଆ କପ୍ ଟାଇଟଲ ହାତେଇଥିଲା । ଟି୨୦ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ଆଉ ଟି୨୦ ବିଶ୍ବକପ ୨୦୨୬ ପାଇଁ ଗମ୍ଭୀର ଗୁରୁବାରରେ ସିଦ୍ଧିବିନାୟକ ମନ୍ଦିର ପହଞ୍ଚିଥିଲେ । ଟିମ ଇଣ୍ଡିଆର ସଫଳତା କାମନା କରିଥିଲେ ।
ଟି୨୦ ବିଶ୍ବକପ ପାଇଁ ଭାରତୀୟ ଟିମ : ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ସଂଜୁ ସାମସନ, ଶିବମ ଦୁବେ, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂହ, ଜସପ୍ରୀତ ବୁମରା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଂଶିଟନ ସୁନ୍ଦର, ରିଙ୍କୁ ସିଂ ।
ଟିମ୍ ଇଣ୍ଡିଆର ଖେଳସୂଚୀ :
୭ ଫେବୃଆରୀ (ଶନିବାର) : ଭାରତ ବନାମ ୟୁଏସଏ, ମୁମ୍ବାଇ
୧୨ ଫେବୃଆରୀ ( ଗୁରୁବାର) : ଭାରତ ବନାମ ନାମ୍ବିଆ, ଦିଲ୍ଲୀ
୧୫ ଫେବୃଆରୀ ( ରବିବାର) : ଭାରତ ବନାମ ପାକିସ୍ତାନ, କଲମ୍ବୋ
୧୮ ଫେବୃଆରୀ (ବୁଧବାର) : ଭାରତ ବନାମ ନେଦରଲାଣ୍ଡ, ଅହମଦାବାଦ

