Monday, April 6, 2026
31.8 C
Odisha

    ଟ୍ରକରୁ ୪୧ ବସ୍ତା ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ

    ଆଗକୁ ପଢନ୍ତୁ

    ମାଲକାନଗିରି  : ମାଲକାନଗିରି ଜିଲ୍ଲା ଏମଭି-୭୯ ପୁଲିସ୍‌ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ମାଲକାନଗିରି ଜିଲ୍ଲାରୁ ଜାତୀୟ ରାଜପଥ ୩୨୬ ନମ୍ବର ଦେଇ ହାଇଦ୍ରାବାଦ ଯାଉଥିବା ଏକ ଟ୍ରକକୁ ଏମଭି-୭୯ ଥାନା ପୁଲିସ୍‌ ଏମଭି-୯୬ ଛକରେ ଅଟକାଇଥିଲା। ଏବଂ ଏହାର ତଲାସୀ କରିବା ସମୟରେ ଟ୍ରକ ଭିତରୁ ୪୧ ବସ୍ତା ଚୋରା ଗଞ୍ଜେଇ ବାହାରିଥିଲା । ଯାହାର ଓଜନ ୧୦୨୫ କିଲୋଗ୍ରାମ ହୋଇଥିବା ବେଳେ ବଜାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ପୁଲିସ୍‌ କହିଛି। ରାଜସ୍ଥାନର ଟ୍ରକ ଚାଳକ ଜାବର ସିଂ କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଏହାର ମାଷ୍ଟର ମାଇଣ୍ଡକୁ ଏବେ ପୁଲିସ୍‌ ଖୋଜୁଛି। ସେପଟେ ଖୁବ୍ ଶୀଘ୍ର ଏହି ଆନ୍ତରାଜ୍ୟ ଗଞ୍ଜେଇ ମାଫିଆମାନଙ୍କୁ ପୁଲିସ୍‌ ଗିରଫ କରିବ ବୋଲି ମାଲକାନଗିରି ଏସପି ସୁଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ