Saturday, September 6, 2025
29.1 C
Odisha

    ଟ୍ରମ୍ପଙ୍କ ବୟାନ ପରେ ଏମିତି ପ୍ରତିକ୍ରୟା ରଖିଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଲଗାତାର ବିଗିଡିବାରେ ଲାଗିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ଭଲ ବନ୍ଧୁ ବୋଲି କହିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ଏହା ମନେ ହେଉଛି ଯେ ଆମେ ଭାରତ ଏବଂ ରୁଷକୁ ହରାଇ ଦେଇଛୁ । ତେବେ ଭାରତ, ରୁଷ ଓ ଚାଇନାର ବନ୍ଧୁତା ଦୀର୍ଘଜୀବି ଏବଂ ସମୃଦ୍ଧ ହେଉ ବୋଲି ଟ୍ରମ୍ପ କହିଛନ୍ତି । ଭାରତ-ଆମେରିକା ସମ୍ପର୍କ ଉପରେ ଟ୍ରମ୍ପଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ଦେଇଛନ୍ତି ।

    ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ଗଭୀର ଭାବରେ ପ୍ରଶଂସା ଏବଂ ପୂର୍ଣ୍ଣ ସମର୍ଥନ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ସକାରାତ୍ମକ ଏବଂ ଦୂର ଦୃଷ୍ଟି ସମ୍ପନ୍ନ ବ୍ୟାପକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ରହିଛି । ପୂର୍ବରୁ ହ୍ୱାଇଟ୍‍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଆମେରିକା ସମ୍ପର୍କ ଉପରେ କହିଥିଲେ ଯେ ମୁଁ ସବୁବେଳେ ମୋଦୀଙ୍କ ସହିତ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । ଭାରତ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି । ଚିନ୍ତା କରିବାର କିଛି ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.1 ° C
    29.1 °
    29.1 °
    76 %
    0.6kmh
    82 %
    Sat
    28 °
    Sun
    31 °
    Mon
    30 °
    Tue
    30 °
    Wed
    31 °

    ସମ୍ବନ୍ଧିତ