Friday, April 3, 2026
39 C
Odisha

    ଟ୍ରାଫିକ୍‌ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ: ଏଣିକି ଡିଭାଇଡରରେ ଲାଗିବ ପବିତ୍ର ତୁଳସୀ ଗଛ

    ଆଗକୁ ପଢନ୍ତୁ

    ଭୁବନେଶ୍ବର   :   ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ନୂତନ ପ୍ରୟାସ ଜାରି କରିଛନ୍ତି।  ସେ କହିଛନ୍ତି ଏବେ ସବୁ ଟ୍ରାଫିକ ପୋଷ୍ଟ ନିକଟ ଡିଭାଇଡରରେ ଲାଗିବ ପବିତ୍ର ତୁଳସୀ ଗଛ । ଏନେଇ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ‘ତୁଳସୀ’ର ମହାନତା ରହିଛି। ଅମ୍ଲଜାନ ଦେଉଥିବା ଗଛଗୁଡ଼ିକ ମଧ୍ୟରେ ଏହାର ମଧ୍ୟ ଶ୍ରେଷ୍ଠତା ଅଛି। ତେଣୁ ଡିଭାଇଡ଼ରରେ ତୁଳସୀ ଗଛ ଲଗାଇଲେ, ଏହା ବାୟୁମଣ୍ଡଳରେ ଅମ୍ଲଜାନର ମାତ୍ରା ବଢ଼ାଇବାରେ ସହାୟକ ହେବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଆସନ୍ତା 20 ତାରିଖ ଦିନ ଏହି ଅଭିଯାନରେ ବ୍ୟାପକ ଭାବରେ ସହଭାଗିତା ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାସ୍ତାରେ ଯିବା ସମୟରେ ଆମକୁ ଟ୍ରାଫିକ୍‌ରେ ଅଟକିବାକୁ ପଡୁଛି। ଡିଭାଇଡରରେ ବିଭିନ୍ନ ପ୍ରକାରର ଗଛ ଲାଗୁଛି। କିନ୍ତୁ ଡିଭାଇଡରରେ ଯଦି ତୁଳସୀ ଗଛ ଲାଗେ ତେବେ, ଟ୍ରାଫିକ୍‌ରେ କିଛି ସମୟ ପାଇଁ ଅଟକୁଥିବା ଯାତ୍ରୀ ଭଲ ଅକ୍ସିଜେନ ପାଇପାରିବେ ବୋଲି ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ