Thursday, July 3, 2025
24.6 C
Odisha

ଟ୍ୟାନ୍ ସମସ୍ୟାକୁ ଦୂର କରେ ମୁଲତାନି ମାଟି ଏବଂ ମହୁ, ଜାଣନ୍ତୁ କିପରି କରିବେ ବ୍ୟବହାର

ଆଗକୁ ପଢନ୍ତୁ

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ସ୍କିନ୍‌ରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ । ବିଶେଷକରି ଲୋକମାନେ ଖରା ଏବଂ ଟ୍ୟାନିଂର ଶିକାର ହୁଅନ୍ତି । ଏହି ଋତୁରେ ନିଜ ତ୍ୱଚା ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ତେବେ ଏଥିପାଇଁ ବାରମ୍ବାର ପାର୍ଲର ଆପଣ ନିଜ ସ୍କିନ୍‌ର ଯତ୍ନ ନେବା ପାଇଁ ଏହି ଘରୋଇ ଉପଚାର ମଧ୍ୟରୁ କିଛି ଟ୍ରାଏ କରିପାରିବେ । ଆପଣମାନେ ଜାଣିଥିବେ ଯେ ପୂର୍ବକାଳରୁ ଲୋକମାନେ ଏହି ଘରୋଇ ଉପଚାର ବ୍ୟବହାର କରି ଅନେକ ସ୍କିନ୍‌ ସମସ୍ୟାରୁ ରକ୍ଷା ପାଇଥାନ୍ତି ।

ଆପଣ ମୁଲତାନି ମାଟିର କେତେକ ଫାଇଦା ବିଷୟରେ ଜାଣିଥିବେ। ଆଗ କାଳରେ ଲୋକେ ମୁଲତାନି ମାଟିକୁ ଆୟୁର୍ବେଦିକ ଉପଚାର ଭାବେ ଉପଯୋଗ କରୁଥିଲେ । ଯାହାକୁ ସୌନ୍ଦର୍ଯ୍ୟର ଏକ ନିଆରା ବରଦାନ ବୋଲି ମାନାଯାଇଥାଏ । ମୁଲତାନି ମାଟିର କୌଣସି ପ୍ରକାର କୁପ୍ରଭାବ ତ୍ୱଚା ଉପରେ ପଡ଼ି ନ ଥାଏ । ବରଂ ଏହାକୁ ଲଗାଇବା ଦ୍ବାରା ସ୍କିନ୍‌ର ସମସ୍ତ ମଇଳା ସଫା ହୋଇଯାଏ ଏବଂ ତ୍ୱଚାରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଏହା ସହ ସ୍କିନ୍‌ରେ ଚମକ ଆସିଥାଏ ଏବଂ ବ୍ରଣ ଏବଂ ଟ୍ୟାନିଂ ସମସ୍ୟା ଦୂର ହୋଇଥାଏ । ତ୍ବଚା ଭଲ ରଖିବା ପାଇଁ ମୁଲତାନି ମାଟି ସହ ମହୁ ମିଶାଇ ଲଗାଇବା ଦ୍ବାରା ସ୍କିନ୍ ଉପରେ ଶୀଘ୍ର ଭଲ ପ୍ରଭାବ ପକାଇଥାଏ ।

ମୁଲତାନି ମାଟି ଏବଂ ମହୁର ପ୍ରସ୍ତୁତି :

ପ୍ରଥମେ ଗୋଟିଏ ଚାମଚ ମୁଲତାନି ମାଟି ପାଉଡର ନିଅନ୍ତୁ । ସେଥିରେ କିଛି ମହୁ ନିଅନ୍ତୁ । ମହୁର ପରିମାଣ ଏପରି ହେବା ଉଚିତ ଯେ ମୁଲତାନି ମାଟି ଏବଂ ମହୁକୁ ମିଶାଇ ଏକ ସ୍ମୁଥ୍ ପେଷ୍ଟ ପ୍ରସ୍ତୁତ କରାଯାଇପାରିବ। ଆପଣ ଏହି ଫେସ୍ ପ୍ୟାକକୁ ଗ୍ଲୋଇଂ ତ୍ବଚା ପାଇଁ ବ୍ୟବହାର କରିପାରିବେ । ଯାହା ଫଳରେ ଆପଣଙ୍କ ସ୍କିନ ଉପରେ ଭଲ ଫାଇଦା ପକାଇବାରେ ସାହାଯ୍ୟ କରିବ ।

ବ୍ୟବହାର କିପରି କରିବେ :

ଏହି ପ୍ରାକୃତିକ ଫେସ୍ ପ୍ୟାକକୁ ଆପଣଙ୍କ ମୁହଁ ଏବଂ ବେକରେ ବ୍ୟବହାର କରିପାରିବେ । ଅଧିକ ଭଲ ଫଳାଫଳ ପାଇଁ, ଏହି ଫେସ୍ ପ୍ୟାକକୁ ପ୍ରାୟ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଆପଣ ମୁହଁ ଧୋଇବା ଉଚିତ । ଚମକଦାର ତ୍ବଚା ପାଇଁ ଆପଣ ଏହି ଫେସ୍ ପ୍ୟାକକୁ ସପ୍ତାହରେ ଥରେ କିମ୍ବା ଦୁଇଥର ବ୍ୟବହାର କରିବା ଆବଶ୍ୟକ ।

ଏହି ଫେସ୍ ପ୍ୟାକ୍ ବ୍ୟବହାର କରିବା ପରେ, ଆପଣଙ୍କ ତ୍ୱଚାରେ ଥିବା ଡେଡ୍ ସେଲ୍ସଗୁଡିକ ଦୂର କରିବାରେ ସହାୟକ କରିଥାଏ । ଯାହା ଆପଣଙ୍କୁ ଏକ ଉଜ୍ଜ୍ବଳ ତ୍ବଚା ପ୍ରଦାନ କରିଥାଏ । ଟ୍ୟାନ୍ ଦୂର କରିବା ପାଇଁ ଏହି ଫେସ୍ ପ୍ୟାକ୍ ବେଷ୍ଟ ରହିବ । ଏଥିରେ ଔଷଧୀୟ ଗୁଣ ଥିବାରୁ ଏହା ତ୍ବଚା ଉପରେ କୌଣସି ସାଇଡ ଇଫେକ୍ଟ ପକାଇନଥାଏ ।

ଏହି ଫେସ୍ ପ୍ୟାକ୍ ଚମକଦାର ତ୍ବଚା ପାଇବାର ସହଜ ଉପାୟ । ଯଦି ଆପଣଙ୍କର କୌଣସି ତ୍ବଚା ସମସ୍ୟା ରହିଛି ତେବେ ଆପଣ ଡ଼ାକ୍ତରଙ୍କ ପରାମର୍ଶ ନେଇ ଏହାର ବ୍ୟବହାର କରିବା ଆବଶ୍ୟକ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.6 ° C
24.6 °
24.6 °
94 %
1.8kmh
100 %
Thu
25 °
Fri
29 °
Sat
29 °
Sun
25 °
Mon
24 °

ସମ୍ବନ୍ଧିତ